ତଳ ପଡିଆରେ ହୋଇପାରିବନି ବାଲିଯାତ୍ରା : ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ

32

କନକ ବ୍ୟୁରୋ : ଏଥର ଫିକା ପଡିପାରେ କଟକ ବାଲିଯାତ୍ରା । ତଳ ପଡିଆରେ ହୋଇପାରିବନି ବାଲିଯାତ୍ରା । ଏଥିରେ ରୋକ ଲଗାଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ଚୂଡାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଆଜି ଶୁଣାଣିବେଳେ କହିଛନ୍ତି ଏନଜିଟି । ପରିବେଷ ପ୍ରଦୂଷଣ ହେଉଥିବା ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ବିଶେଷକରି ତଳ ପଡିଆ, ମହାନଦୀ ପଠାରେ ଥିବାରୁ ବାଲିଯାତ୍ରା ସମୟରେ ପ୍ରଦୂଷଣ ହେଉଥିବା ଏନଜିଟି ଦର୍ଶାଇଥିଲେ । ପ୍ରାକୃତିକ ପରିବେଶ ଦୂଷିତ ଓ ଅଳିଆ ଆବର୍ଜନା ହେଉଥିବାରୁ ସେଠାରେ ବାଲିଯାତ୍ରା ନକରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ  । ତେବେ ତଳପଡିଆ ସ୍ଥାନ କୋ÷ଣସି ପ୍ରାକୃତିକ ଭାବେ ଗଢ଼ିଥିବା ଉଚସ୍ଥାନ । ଯେଉଁଥିରେ ଜନବସତି ରହିଛି । ତେଣୁ ଏଠାରେ ବାଲିଯାତ୍ରା ସମୟରେ ଅସ୍ଥାୟୀ ନିର୍ମାଣର ଅନୁମତି ମାଗିଥିଲା ପ୍ରଶାସନ । ଏହା ଉପରେ ଶୁଣାଣି କରି ଏନଜିଟି ଆଜି କହିଛନ୍ତ ତଳପଡିଆ ଥିବା ସ୍ଥାନ ନଦୀର ଅବବାହିକା । ତେଣୁ ଏଠାରେ ବାଲିଯାତ୍ରା ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।