ଆସନ୍ତା ମାସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ । ରାଜ୍ୟରେ ୪ଟି ସଭାରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ କରିବେ ସମ୍ବୋଧନ

34

କନକ ବ୍ୟୁରୋ : ଆସନ୍ତା ମାସରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ରାହୁଲ ଆସିବା ସମୟରେ ରାଜ୍ୟରେ ପ୍ରାୟ ୪ଟି ସଭାରେ ସେ ଯୋଗ ଦେବେ ବୋଲି ଜଣାପଡିଛି । ବର୍ତ୍ତମାନ ସମୟରେ କଂଗ୍ରେସ ଆଗାମୀ ନିର୍ବାଚନ ଲାଗି ପ୍ରସ୍ତୁତି ଜୋର ଦାର କରିଛି । ତେବେ ଓଡିଶା ଗସ୍ତ ସମୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରିବାର କାର୍ଯକ୍ରମ ମଧ୍ୟ ରହିଥିବା ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଗାମୀ ଦିନରେ ପ୍ରତ୍ୟେକ ମାସରେ ଥରେ ଲେଖାଏଁ ଓଡିଶା ଆସିବେ ରାହୁଲ ବୋଲି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ।

 

ତେବେ ପିସିସି କମିଟି ଗଠନ ବିଳମ୍ବ ହେବାରୁ ରାହୁଲଙ୍କ ଓଡିଶା ଗସ୍ତ ମଧ୍ୟ ବିଳମ୍ବ ହୋଇଥିବା ଜଣାପଡିଛି । ପୂର୍ବରୁ ରାହୁଲ ଓଡିଶା ଆସିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ଆସିପାରିନଥିଲେ କିନ୍ତୁ ଏବେ ନିଶ୍ଚୟ ଆସିବେ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସାରା ଓଡିଶାରେ ସଭାସମିତ କରାଯିବା ସହ ଲୋକମାନଙ୍କୁ ସଚେତନତା କରାଯିବ ଏହାସହ ଆଗକୁ ଓଡିଶା ବନ୍ଦ ସହ ଅନେକ ଅନ୍ଦୋଳନ କରାଯିବ ବୋଲି ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ କଂଗ୍ରେସକୁ ସୁଦୃଢ କରିବା ସହ ଆଗାମୀ ଦିନରେ କିପରି ଭାବରେ ଦଳ ମଜବୁ ହେବ ସେନେଇ ବୈଠକ ମଧ୍ୟ ଲାଗିରହିବ ବୋଲି ସୂଚନା ମଳିଛି ।