ବଲିଉଡକୁ ଦୋହଲାଇଦେଲେ ଛୋଟପରଦାର ‘ମୁଙ୍ଗେରିଲାଲ୍’ ! ଯାହା କରିପାରିଲାନି ‘ବାହୁବଲୀ’ ତାହା କରିଦେଖାଇଲା ‘ନ୍ୟୁଟନ୍’

63

ବାହୁବଲୀ ଉପରେ ଭାରି ପଡିଲେ ରଘୁବୀର ଯାଦବ । ଏସଏସ୍ ରାଜାମୌଲୀଙ୍କ ସିନେମା ବାହୁବଲୀ ଯାହା କରିପାରିଲାନି ତାହା କରିଦେଖାଇଲା ‘ନ୍ୟୁଟନ୍’ । ଅଭିନେତା , ମ୍ୟୁଜିକ୍ କମ୍ପୋଜର୍, ଗାୟକ ଏବଂ ଡିଜାଇନର୍ ରଘୁବୀର୍ ଯାଦବଙ୍କ ସିନେମା ‘ନ୍ୟୁଟନ୍’ ସାମିଲ୍ ହୋଇଛି ଓସ୍କାର୍ ଦୌଡରେ । ରଘୁବୀର୍ ନିଜ କ୍ୟାରିୟରର ଆରମ୍ଭ ୧୯୮୫ରେ ‘ମେସୀ ସାହାବ’ରୁ ଆରମ୍ଭ କରିଥିଲେ । ଏହି ସିନେମା ପାଇଁ କୌଣସି ନ୍ୟାସନାଲ୍ ଆୱାର୍ଡ ମିଳିନଥିଲା । କିନ୍ତୁ ଦୁଇ ଦୁଇଟି ଇଣ୍ଟରନ୍ୟାସନାଲ୍ ଆୱାର୍ଡ ମିଳିଥିଲା ।

raghubeerକୁହାଯାଏ ରଘୁବୀର୍ ଯେଉଁ ସିନେମାରେ କାମ କରନ୍ତି ତାହା ଓସ୍କାର୍ ଦୌଡରେ ସାମିଲ୍ ହେବା ନିଶ୍ଚିତ । ଓସ୍କାର୍ ପାଇଁ ସିଲେକ୍ଟ ହେବାରେ ନ୍ୟୁଟନ୍ ହେଉଛି ରଘୁବୀରଙ୍କ ୮ମ ସିନେମା । ଏହା ପୂର୍ବରୁ ୨୦୦୨ରେ ଆସିଥିବା ସିନେମା ‘ଲଗାନ୍’ ଓସ୍କାର୍ ପାଇଁ ନୋମିନେଟ୍ ହୋଇଥିଲା । ଏହାପରେ ୨୦୧୧ରେ ‘ପିପଲି ଲାଇଭ୍’, ୨୦୦୭ ରେ ‘ୱାଟର୍’, ୧୯୮୯ର ‘ସଲାମ୍ ବମ୍ବେ’ ଏବଂ ୧୯୯୪ରେ ଆସିଥିବା ‘ରୁଦାଲୀ’ ଓସ୍କାର୍ ପାଇଁ ନୋମିନେଟ୍ ହୋଇଥିଲା । ସଲାମ୍ ବମ୍ବେରେ ରଘୁବୀର୍ ଜଣେ ଡ୍ରଗ୍ସ ଆଡିକ୍ଟ ଭୂମିକାରେ ଅଭିନୟ କରିଥିଲେ । ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ମୁଙ୍ଗେରିଲାଲ୍ କେ ହସିନ୍ ସପ୍ନେ’ରେ ମୁଙ୍ଗେରିଲାଲ୍ ଭୂମିକାରେ ନଜର ଆସିଥିଲେ ରଘୁବୀର୍ ।

raghuvir-yadav-with-wife-and-son-at-premiere-of-movie-gandhi-to.jpgତେବେ ଗୋଟିଏ ସମୟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦକୁ ଆସିଥିଲେ ରଘୁବୀର୍ । ପୂର୍ଣ୍ଣିମା ନାମକ ଜଣେ ନେପାଳୀ ଝିଅକୁ ବିବାହ କରିଥିଲେ ରଘୁବୀର୍ । କିନ୍ତୁ ବିବାହ ପରେ ପୂର୍ଣ୍ଣିମା ତାଙ୍କୁ ଟଙ୍କା ପାଇଁ ହଇରାଣ କରିବାକୁ ଲାଗିଥିଲେ । ଗରିବ ଘରର ଝିଅ ହୋଇଥିବାରୁ ରଘୁବୀର୍ ତାଙ୍କୁ ବିବାହ କରିଥିଲେ । କିନ୍ତୁ କେବେ ଭାବିନଥିଲେ ବିବାହ ପରେ ସେ ଏମିତି କରିବେ ବୋଲି । ଛାଡପତ୍ର ନନେଇ ପୂର୍ଣ୍ଣିମା ତାଙ୍କଠାରୁ ମାସିକ ଖର୍ଚ୍ଚ ୪୦ହଜାର ଟଙ୍କା ଦାବି କରିଥିଲେ । ତେବେ ଏହି ଟଙ୍କା ନଦେବାରୁ ରଘୁବୀରଙ୍କ ଉପରେ ନିଜ ପୁଅକୁ ଅପହରଣ କରିବାର ଅଭିଯୋଗ ଆଣିଥିଲେ ପୂର୍ଣ୍ଣିମା । ଯେଉଁଥି ପାଇଁ ଘରୁ ଦୁଇ ମାସ ପର୍ଯ୍ୟନ୍ତ ନିଖୋଜ ରହିଥିଲେ ରଘୁବୀର ।