ମୁଣ୍ଡ ବଦଳରେ ମୁଣ୍ଡ ନେଲା ଭାରତ ! ପାକ୍ ଅଧିକୃତ କାଶ୍ମୀରରେ ପଶି କଲା ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ

41

କନକ ବ୍ୟୁରୋ :  ରବିବାର ସନ୍ଧ୍ୟାରେ ସେନା ଦେଖାଇଲା ନିଜର ଭୟାନକ ରୂପ । ପିଓକେରେ ପସିଲେ ଭାରତୀୟ ଯବାନ । ପାଖରେ ଥିଲା ପାକ୍ ରେଂଜରଙ୍କ ଉପସ୍ଥିତିର ସଠିକ ସୂଚନା । ସଠିକ ଲୋକେସନ ବି ମିଳିଯାଇଥିଲା ଭାରତୀୟ ସେନାକୁ । ବାସ୍ ସୂଚନାକୁ ଆଧାର କରି ତିଆରି ହେଲା ବ୍ଲୁ-ପ୍ରିଂଟ । ଲାଇନ ଅଫ କଂଟ୍ରୋଲ ଠାରୁ ପାଖାପାଖି ୫୦୦ ମିଟର ଦୂରତା ମଧ୍ୟରେ ଭାରତୀୟ ବୀର ଯବାନ ନିଡର ହୋଇ ଆଗକୁ ବଢ଼ୁଥିଲେ । ଲଗାତର ହମଲାରେ କିଛି ବୁଝିପାରିନଥିଲା ଶତ୍ରୁପକ୍ଷ । ରାତି ଅନ୍ଧାରରେ ଯବାନ ଧ୍ୱଂସ କରୁଥିଲେ ଗୋଟିକ ପରେ ଆଉ ଗୋଟିଏ ଟାର୍ଗେଟ୍ । ସେତେବେଳକୁ ନିପାତ ହୋଇ ସାରିଥିଲେ ୩ ପାକ୍ ଯବାନ୍ । ଶେଷ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ ପାର୍ଟ-୨।

ଭାରତୀୟ ଯବାନଙ୍କର ଏହି ଅପରେସନ୍ ସାକାର ହୋଇଥିଲା ପାକିସ୍ତାନର ବଲୁଚ୍ ୟୁନିଟ୍ ୧୨ ଡିଭିଜନ୍ ପୋଷ୍ଟରେ । ଅସ୍ତ୍ରବିରତି ଉଲ୍ଲଂଘନ ଓ ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନ ବାରମ୍ବାର ଟାର୍ଗେଟ୍ କରିବା ପରେ ଭାରତ ଦେଇଥିଲା ମୁହଁତୋଡ଼ ଜବାବ୍ । ଏଥିସହ ନିଜ ସୀମାରେ ରହିବାକୁ ପାକିସ୍ତାନକୁ ଦେଇଥଲା ଚେତାବନୀ ।

ପାକ୍ ଅଧିକୃତ କାଶ୍ମୀରରେ ପସି ଭାରତୀୟ ଯବାନ ଯେତେବେଳେ ଦେଖାଉଥିଲେ ନିଜର ଅଦମ୍ୟ ସାହସ, ସେତେବେଳେ ହାତରେ ଥିଲା ଆସଲ୍ଟ ରାଇଫଲ୍, ଆଇଇଡ଼ି ଓ ଲାଇଟ୍ ମେସିନ୍ ଗନ୍ । ଡିସେମ୍ବର ୨୩ ତାରିଖରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ସେନା ନିଜର ୪ ଜଣ ଯବାନଙ୍କୁ ହରାଇଥିଲା । ଯାହାର ସର୍ଜିକାଲ୍ ହମଲା ଜରିଆରେ ଉଚିତ ଜବାବ ଦେଇଛି ସେନା । ଆଗକୁ ମଧ୍ୟ ପାକିସ୍ତାନ ଯଦି ନିଜ ଆତଙ୍କୀ ଗତିବିଧି ଦ୍ୱାରା ଭାରତକୁ ହଇରାଣ କରେ ତେବେ ପୁଣିଥରେ ସେନା ବଡ଼ ସର୍ଜିକାଲ ହମଲା କରିବା କୁହାଯାଉଛି । ଯାହାର ଏବେ କେବଳ ଟ୍ରେଲର୍ ହିଁ ଦେଖିଛି ପାକିସ୍ତାନ ।