ଗଣମାଧ୍ୟମର କରାଯାଇଛି କଣ୍ଠରୋଧ ! ‘ନ୍ୟୁଜ ଟାଇମ ଆସାମ’ର ପ୍ରସାରଣ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

45

କନକ ବ୍ୟୁରୋ :ଏନଡିଟିଭି ପରେ ଆସାମର ଏକ ଆଂଚଳିକ ଟିଭି ଚ୍ୟାନେଲକୁ ବ୍ୟାନ୍ କଲେ କେନ୍ଦ୍ର ସରକାର । ଆଗାମୀ ୯ ତାରିଖରେ ‘ନ୍ୟୁଜ ଟାଇମ ଆସାମ’ର ପ୍ରସାରଣ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ପ୍ରସାରଣ ସଂପର୍କିତ ଗାଇଡ ଲାଇନକୁ ଉଲ୍ଲଂଘନ କରିଥିବାରୁ ଏଭଳି କଠୋର ପଦକ୍ଷେପ ନେଇଛି ମନ୍ତ୍ରାଳୟ । ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଚ୍ୟାନେଲର ପ୍ରସାରଣ ଗୋଟିଏ ଦିନ ବନ୍ଦ କରିବାକୁ ନିଷ୍ପତି ହୋଇଛି ।

ଘରୋଇ କାର୍ଯ୍ୟରେ ନିୟୋଜିତ ଜଣେ ନାବାଳକ ସଂପର୍କରେ ଖବର ପ୍ରସାରଣ କରିଥିଲା ସଂପୃକ୍ତ ଚ୍ୟାନେଲ । ଗାଇଡ ଲାଇନକୁ ଉଲ୍ଲଂଘନ କରି ନାବାଳକର ପରିଚୟକୁ ଗୋପନ ରଖିନଥିଲା । ଅନ୍ୟଏକ ଖବରରେ କିଛି ରକ୍ତାକ୍ତ ମୃତଦେହ ଦେଖାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ମହିଳାଙ୍କ ସମ୍ମାନହାନୀ ହେଲା ଖବର ପ୍ରସାରଣ ନେଇ ମଧ୍ୟ ‘ନ୍ୟୁଜ ଟାଇମ ଆସାମ’ ବିରୋଧରେ ଅଭିଯୋଗ ରହିଥିଲା । ଏସବୁ ଅଭିଯୋଗକୁ ଭିତି କରି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।