ବଦଳିବ ‘ବଦଳି’ ନିୟମ: ଆଉ ମନଇଚ୍ଛା ଟ୍ରାନ୍ସଫର ଲାଗି ଆବେଦନ କରିପାରିବେନି ଅଧ୍ୟାପକ; ଉଚ୍ଚଶିକ୍ଷା ବିଭାଗର ନୂଆ ଗାଇଡଲାଇନ୍

1,397

କନକ ବ୍ୟୁରୋ: ଏଣିକି ମନଇଚ୍ଛା ଟ୍ରାନ୍ସଫର ଲାଗି ଆବେଦନ କରିପାରିବେନି କଲେଜ୍ ଅଧ୍ୟାପକ । ଆଉ କାମ କରିବନି ଅଧ୍ୟାପକଙ୍କ ଲବି । ଟ୍ରାନ୍ସଫର ଆବେଦନ ଲାଗି ଏକ ୱେବସାଇଟ ଖୋଲାଯାଇଛି । ପିଏମଆଇଏସ୍ ୱେବସାଇଟରେ ଅଧ୍ୟାପକ ଟ୍ରାନ୍ସଫର ଲାଗି ଆବେଦନ କରିବେ । ଉଚ୍ଚଶିକ୍ଷା ବିଭାଗ ଏନେଇ ଖୁବଶୀଘ୍ର ଗାଇଡଲାଇନ୍ ଆଣିବାକୁ ଯାଉଛି ।

ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ୍ ଅଧ୍ୟାପକଙ୍କ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଉପାନ୍ତ ଅଂଚଳରେ ପୋଷ୍ଟିଂ ହୋଇଥିବା ଅଧ୍ୟାପକ ମାନେ ବିଭିନ୍ନ କାରଣ ଦର୍ଶାଇ ଟ୍ରାନ୍ସଫର ନେଉଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ଲବି କରି ଅଧ୍ୟାପକ ମାନେ ନିଜ ଅଂଚଳକୁ ଫେରିଆସୁଥିବା ଦେଖାଯାଉଛି । ଏହାକୁ ରୋକିବାକୁ ଗାଇଡଲାଇନ୍ ଆଣିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ ।