ଅଟୋ ରିକ୍ସା ଠାରୁ ମଧ୍ୟ କମ ଦାମରେ ମିଳିବ ଏହି କାର ! ମାଇଲେଜ ଏବଂ ଦାମ୍ ଆପଣଙ୍କୁ କରିଦେବ ତାଜୁବ ।

39

ଯେବେଠାରୁ ବାଜାଜ କ୍ୟୁଟକୁ ପରିବହନ ମନ୍ତ୍ରଣାଳୟ ତରଫରୁ ମଞ୍ଜୁରି ମିଳିଛି ସେବେଠାରୁ ଗ୍ରାହକ ମାନେ ଏହାକୁ କିଣିବା ପାଇଁ ଅପେକ୍ଷାକରି ବସିଛନ୍ତି । ଖୁବ ଶିଘ୍ର ଏହାକୁ ଭାରତରେ ଲଞ୍ଚ ହେବାକୁ ଯାଉଛି । ପରିବହନ ମନ୍ତ୍ରଣାଳୟ ଏହି ବାଜାଜ କ୍ୱୁଟକୁ ଚାରି ଚକିଆ ଜାନ ମଧ୍ୟରେ ସ୍ଥାନ ଦେଇଛନ୍ତି । ତେବେ କୁହାଯାଉଛି ଭାରତରେ ତିଆରି କରାଯାଇଥିବା ଏହି ଜାନଟିକୁ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଲଞ୍ଚ କରିଦିଆଯିବ ।

ଯଦି ଆମେ ଏହି ଗାଡିର ଇଞ୍ଜିନ ବିଷୟରେ କହିବା ତେବେ ବାଜାଜ କ୍ୱୁଟିରେ ୨୧୬.୬ ସିସିର ସିଂଗଲ ସିଲିଣ୍ଡର ଫ୍ୟୁଲ ଇଞ୍ଜେକ୍ଟର ଯୁକ୍ତ ଇଞ୍ଜିନ ପାଇବେ । ଏଥିସହିତ ୧୩ ବିଏଚପି ପାୱାର ଏବଂ ୨୦ଏନଏମ ରହିଛି । ଏଥିରେ ୫ ସ୍ପିଡ ସିକ୍ୱେନ୍ସଲ ଗିୟରବକ୍ସ ସହିତ ଏହାର ସ୍ପିଡ୍ ୭୦ କିଲୋମିଟର ପ୍ରତି ଘଣ୍ଟା ରହିବ । ଏଥିରେ ୪ ଜଣ ବ୍ୟକ୍ତି ଖୁବ ଆରାମରେ ବସି ଯାତ୍ରା କରିପାରିବେ । ମିଡିଆ ରିପୋର୍ଟ ମୁତାବକ ଏହାର ମାଇଲେଜ ଲିଟର ପିଛା ୩୫ କିଲୋମିଟର ରହିବ ।

ଯେତେବେଳେ ଟାଟା ନାନୋ ମାର୍କେଟକୁ ଆସିଲା ସେତେବେଳେ ଛୋଟ କାର କିଣିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଏକ ପ୍ରକାର ରାସ୍ତା ଖୋଲିଯାଇଥିଲା । କିନ୍ତୁ ଏବେ ବଜାରରେ ଟାଟା ନାନୋକୁ ବନ୍ଦ କରିଦେବା ଫଳରେ ଲୋକମାନଙ୍କ ଆଶା ଏବେ ବାଜାଜ କ୍ୱୁଟ ଉପରେ ରହିଛି । ଏହାର ଦାମ ୧.୫ ଲକ୍ଷ ଟଙ୍କା ରହିବ ବୋଲି ଆଶା କରାଯାଉଛି । ଯଦି ଏହାର ଦାମ ୧.୫ ଲକ୍ଷ ରୁହେ ତେବେ ମାରୁତି ଅଲ୍ଟୋ ୮୦୦ ଏବଂ ରେଡି-ଗୋର ବିକ୍ରି ଉପରେ କିଛି ମାତ୍ରାରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି ।