ପୁରୀ : ଯୌତୁକ ପାଇଁ ବିବାହର ୨୩ ଦିନ ପରେ ନବବଧୂକୁ ହତ୍ୟା ଅଭିଯୋଗ

39

କନକ ବ୍ୟୁରୋ : ବିବାହର ମାସକ ମଧ୍ୟରେ ନବବଧୂକୁ ହତ୍ୟା । ଏଭଳି ଏକ ସଙ୍ଗୀନ୍ ଅଭିଯୋଗ ଆସିଛି ପୁରୀ ଚନ୍ଦନପୁର ଅଂଚଳରୁ । ତେବେ ଶାଶୁଘର ପକ୍ଷରୁ ଘଟଣାକୁ ଆତ୍ମହତ୍ୟା କୁହାଯାଉଥିଲେ ବି କଲ୍ୟାଣୀଙ୍କ ପରିବାର ଲୋକ ଏହାକୁ ଅସ୍ୱୀକାର କରିଛନ୍ତି । ପୁଲିସ ଶବ ବ୍ୟବଛେଦ କରିବା ସହ କଲ୍ୟାଣୀଙ୍କ ଶ୍ୱଶୁରଙ୍କୁ ପଚରାଉଚୁରା କରୁଛି । ଅନ୍ୟପଟେ କଲ୍ୟାଣୀଙ୍କ ଦେଢଶୁର ଓ ଭାଉଜ ଫେରାର ଥିବାରୁ ପୁଲିସ ଏମାନଙ୍କୁ ଖୋଜୁଛି । ସେମାନଙ୍କ ପାଖରୁ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି ଆଶା ରଖିଛି ପୁଲିସ୍ ।

ସୂଚନା ଅନୁସାରେ , ଡିସେମ୍ବର ୮ରେ ଚନ୍ଦନପୁରର ବିକାଶ ବେହେରାଙ୍କ ସହ ମୃତ କଲ୍ୟାଣୀଙ୍କ ବୈଦିକ ରୀତିରେ ବାହାଘର ହୋଇଥିଲା । ଯୌତୁକ ବାବଦରେ ନଗଦ ୩ଲକ୍ଷ ୫୦ ହଜାର ଟଙ୍କା ଓ ୧୫୦ ଗ୍ରାମର ସୁନାଗହଣା ଦିଆଯାଇଥିଲା । କିନ୍ତୁ ଅଧିକ ଯୌତୁକ ଆଶାରେ କଲ୍ୟାଣୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ ଶାଶୁଘର ଲୋକେ । ଯାହାର ଫଳ ସ୍ୱରୁପ ବାହାଘରର ମାତ୍ର ୨୩ ଦିନ ପରେ ଉଦ୍ଧାର ହୋଇଥିଲା କଲ୍ୟାଣୀଙ୍କ ଝୁଲନ୍ତା ମୃତଦେହ ।