କେରଳରେ ଭୟଙ୍କର ବନ୍ୟା ପରେ ଦୁଇଭାଗ ହେଲା ସମୁଦ୍ର ! ସୃଷ୍ଟି ହେଲା ସ୍ୟାଣ୍ଡ-ବେଡ, ଦେଖିବା ପାଇଁ ପର୍ଯ୍ୟଟକଙ୍କ ଲାଗିଛି ଲମ୍ବା ଲାଇନ ।

222

କେରଳରେ ଭୟଙ୍କର ବନ୍ୟା ପରେ ଏଠାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ୟାର ପ୍ରକୋପ କମିବା ପରେ ମଲପୁରମର ଉତ୍ତରି ଜିଲ୍ଲା ନିକଟବର୍ତ୍ତି ଥିବା ସମୁଦ୍ର ତଟରେ ଏକ ସ୍ୟାଣ୍ଡ-ବେଡ ଦେଖିବାକୁ ମିଳିଛି । ଏହି ସ୍ୟାଣ୍ଡ-ବେଡ ଏବେ ପର୍ଯ୍ୟଟକମାନଙ୍କ ପାଇଁ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ।

ମିଳିଥିବା ମିଡିଆ ରିପୋର୍ଟ ଅନୁସାରେ, କେରଳର ପୋନ୍ନତୀ ସମୁଦ୍ର ତଟରେ ପ୍ରକୃତୀର ଏକ ଅଭିନବ କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । କେରଳର ଏହି ସମୁଦ୍ର ତଟର ଠିକ ମଧ୍ୟ ଭଆଗରେ ବାଲିର ଏକ ଉଚ୍ଚା ସ୍ଥାନ ନିର୍ମୀତ ହୋଇଛି । ବାଲିରେ ତିଆରି ଏହି ଉଚ୍ଚା ସ୍ଥାନ ପ୍ରାୟ ୧ କିଲୋମିଟ ଯାଏ ବ୍ୟପି ରହିଛି । ଏହି ସ୍ଥାନକୁ ଦେଖିବା ପାଇଁ ଦୁର ଦୁରାନ୍ତରରୁ ଅନେକ ପର୍ଯ୍ୟଟକ ଏଠାରେ ଭିଡ ଜମାଇଛନ୍ତି । କିନ୍ତୁ ଏହି ସ୍ଥାନଟି ସମୁଦ୍ରର ମଧ୍ୟ ଭାଗରେ ହୋଇଥିବାରୁ ଏଠାକୁ ଯିବା ବିପପୂର୍ଣ୍ଣ ହୋଇପଡିଛି । ପର୍ଯ୍ୟଟକ ମାନେ ଏଠାକୁ ଯିବା ପାଇଁ ଭିଡ ଜମାଇଥିବା ବେଳେ ପୋଲିସଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଯାଇଛି । କାରଣ ବାଲିରେ ସୃଷ୍ଟି ହୋଇଥିବା ଏହି ଉଚ୍ଚା ସ୍ଥାନଟି ସମୁଦ୍ରର ମଝିରେ ହୋଇଥିବାରୁ ଏଠାରେ କେତେବେଳେ ସମୁଦ୍ରର ଲହଡି ଅଧିକ ହୋଇଯାଉଛି ତ ଆଉ କେତେବେଳେ କମ ହେଉଛି । ତେଣୁ ଏଭଳି ପରିସ୍ଥିତିରେ ଲୋକମାନେ ସେଠାକୁ ଯିବା ବିପଦପୂର୍ଣ୍ଣ ଅଟେ । ଏହି ସବୁକୁ ଦୃଷ୍ଟିରେ ରଖି ପୋଲିସ ସତର୍ରତା ଅବଲମ୍ବନ କରିବା ସହ ପର୍ଯ୍ୟଟକମାନେ ଏଠାକୁ ନଯିବା ପାଇଁ ପୋଲିସ ବାରଣ କରୁଛି । ତେବେ ପୂର୍ବ ଘଟଣା ଅନୁଯାୟୀ, ୨୦୦୯ରେ ମଧ୍ୟ ବନ୍ୟା ପରେ ଏହିପରି ଏକ ସ୍ୟାଣ୍ଡ-ବେଡ ଦେଖିବାକୁ ମିଳିଥିଲା । ଠିକ ଏହିଭଳି କେତେକ ଲୋକ ଏଠାକୁ ମଜା ମସ୍ତି କରିବା ପାଇଁ ଆସିଥିଲେ । କିନ୍ତୁ ବଡ ଜୁଆର ଆସିବା କାରଣରୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ସମୁଦ୍ରରେ ବୁଡି ପ୍ରାଣ ହରାଇଥିଲେ ।