ଏମିତି କ’ଣ ଲେଖା ହୋଇଛି ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟରରେ ଯାହାକୁ ପୋଲିସ୍ ଖୋଜି ଖୋଜି ହଟାଇବାରେ ଲାଗିପଡିଛିି ?

55

ଆପଣ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜାଣିଥିବେ । ଦଲାଇ ଲାମା ହେଲେ ତିବ୍ଦତୀୟାନମାନଙ୍କ ନିର୍ବାସିତ ଧର୍ମଗୁରୁ । କିଛି ଲୋକଙ୍କ ମତରେ ଆମ ପ୍ରଧାନମନ୍ତ୍ରୀ ମଧ୍ୟ କୌଣସି ଗୁଣରେ ଦଲାଇ ଲାମାଙ୍କଠାରୁ କମ୍ ନୁହଁନ୍ତି । ତେବେ ଏଥିରେ କେବଳ ଶବ୍ଦ ବିନ୍ୟାସର ଫରକ ଦେଖିବାକୁ ମିଳିଛି । ପ୍ରକୃତ କଥା ହେଉଛି ଭାରତର ରାଜଧାନୀ ଦିଲ୍ଲୀରେ କିଛି ଅଜ୍ଞାତ ବ୍ୟକ୍ତିବିଶେଷ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚାରିଆଡେ ଲଗାଇ ଦେଇଛନ୍ତି । ଏହି ପୋଷ୍ଟରରେ ଲେଖା ହୋଇଛି “ଦ ଲାଏ ଲାମା” ଯାହାର ଆକ୍ଷରିକ ଅର୍ଥ ହେଉଛି “ମିଛ ଗୁରୁ” । ଯେଉଁମାନେ ବି ଏହି ପୋଷ୍ଟରକୁ ଲଗାଇଛନ୍ତି ସେମାନଙ୍କ ମତରେ ମୋଦି ଜଣେ ମିଛ କହୁଥିବା ଗୁରୁ ଯେ କେବଳ ନିର୍ବାଚନ ସମୟରେ ଲୋକଙ୍କ ମନ ବୁଝାଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ଏହି ପୋଷ୍ଟରକୁ ହଟାଇବା ପାଇଁ ଏବେ ଦିଲ୍ଲୀ ପୋଲିସକୁ ନାକେଦମ୍ ହେବାକୁ ପଡିଛି । ସହରର ଗଳିକନ୍ଦିରେ ଏହି ସବୁ ପୋଷ୍ଟର ଲାଗିଥିବାରୁ ଏହାକୁ ଖୋଜି ଖୋଜି ହଟାଇବା ପାଇଁ ପୋଲିସ୍ ଲାଗିପଡିଛି ।