କେତେ ନିଷ୍ଠୁର ବାପା-ମାଆ ! ନବଜାତ ଶିଶୁ କନ୍ୟାକୁ କମ୍ବଳରେ ଘୋଡାଇ ହାଡଭଙ୍ଗା ଶୀତରେ ରାସ୍ତାରେ ଥୋଇ ଫେରାର

167

ରାଜସ୍ଥାନର ମନଚେଷ୍ଟର ଭିଲାଓ୍ଵାଡା ଜିଲ୍ଲାରେ ମୁଖ୍ୟାଳୟସ୍ଥିତ ମହାତ୍ମାଗାନ୍ଧି ହସପିଟାଲ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗୋଟିଏ ଦିନର ଶିଶୁ କନ୍ୟାକୁ କମ୍ବଳରେ ଢ଼ାଙ୍କି ଶୀତ କାକର ରାତିରେ ବାହାରେ ଛାଡ଼ି ଦେଇଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ହସ୍ପିଟାଲ ଅଧିକାରୀଙ୍କୁ ସୂଚନା ମିଳିବା ପରେ ସେମାନେ ତୁରନ୍ତ ଶିଶୁକୁ ଉଦ୍ଧାର କରି ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ଶିଶୁର ଅବସ୍ଥା ସ୍ଥିର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଡାକ୍ତରଙ୍କ କହିବାନୁସାରେ, ତିନିବର୍ଷ ପଯ୍ୟନ୍ତ ଶିଶୁର ଶରୀର ଥଣ୍ଡା ସହ୍ୟ କରିପାରିନଥାଏ। ଏମିତି ଶିଶୁକୁ ୨୫ରୁ ୨୮ ଡିଗ୍ରୀ ତାପମାତ୍ରାରେ ରଖିବାକୁ ହୁଏ। ନଚେତ ସେମାନେ ରୋଗରେ ପଡ଼ି ପାରନ୍ତି। ଶିଶୁଟି ଶୀତ କାକର ରାତିରେ ବାହାରେ ପଡ଼ିଥିବା ହେତୁ ଶିଶୁର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛି। ତେବେ ଶିଶୁ ପିତା-ମାତା କିଏ, କିଭଳି ପରିସ୍ଥିତିରେ ଶିଶୁକୁ ଏଭଳି ଥଣ୍ଡା କାକର ରାତିରେ ବାହାରେ ଛାଡ଼ି ଚାଲି ଯାଇଥିଲେ ସେନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।