କନକ ବ୍ୟୁରୋ : ବାରମ୍ବାର ଅଲୋଡା ହେଉଛି ଶିଶୁକନ୍ୟା । ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନି । ଆଜି ବି ଝିଅପୁଅ ମଧ୍ୟରେ ଭେଦଭାବ କରୁଛନ୍ତି । କନ୍ୟାରତ୍ନକୁ ସୁରକ୍ଷା ଦେବାକୁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତରେ ଲାଗିଥିବାବେଳେ ପୁତ୍ରସନ୍ତାନ ପାଇଁ ପିତାମାତାଙ୍କର ବ୍ୟାକୁଳତା ବୃଦ୍ଧି ପାଉଥିବା ଦେଖାଦେଇଛି । ପୁତ୍ରସନ୍ତାନ ପ୍ରାପ୍ତି ଆଶାରେ ଲୋକେ କେତେବେଳେ କନ୍ୟାସନ୍ତାନଙ୍କୁ ପେଟରେ ମାରି ଦେଉଛନ୍ତି ତ ଆଉ କେତେବେଳେ ବାହାରେ ଫୋପାଡ଼ି ଦେଉଛନ୍ତି ।

newborn-baby rescued
photo courtesy -http://www.hindustantimes.com

ପୁଣି ଶିଶୁ କନ୍ୟା ଅଲୋଡା । ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତକ ଶିଶୁ କନ୍ୟା । ନୂଆପଡା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଦଲଦଲି ଗାଁ ପାଖ ପୋଖରୀ ହୁଡାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶୌଚ ପାଇଁ ପୋଖରୀକୁ ଯାଇଥିବା ଲୋକେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ନବଜାତକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଶିଶୁଟି କାହାର ଓ କିଏ କାହିଁକ ପୋଖରୀ ହୁଡାରେ ତାକୁ ଛାଡି ଚାଲିଯାଇଛି, ତାହା ଜଣାପଡିନାହିଁ ।