ଅଲୋଡା ହେଲା ଶିଶୁ କନ୍ୟା ! ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପୁଣି ଜଣେ ନବଜାତ ଶିଶୁକନ୍ୟାର ମୃତ ଦେହ ଠାବ

39

କନକ ବ୍ୟୁରୋ : ଅଲୋଡା ଶିଶୁ କନ୍ୟା । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପୁଣି ଜଣେ ନବଜାତ ଶିଶୁକନ୍ୟାର ମୃତ ଦେହ ଠାବ ହୋଇଛି । ଜନ୍ମ ପରେ ନବଜାତ ଶିଶୁଟିକୁ ରିକ୍ଲାମେସନ କଲୋନି ସ୍ଥିତ କେନାଲ ଭିତରେ ଫୋପଡା ଦେଇ ଥିବା ଜଣା ପଡିଛି । ତେବେ କନ୍ୟା ସନ୍ତାନର ମୃତ୍ୟୁ ପରେ ତାକୁ ଏଠାରେ ଫିଙ୍ଗାଯାଇଛି ନା ଏଠାରେ ଫିଙ୍ଗାଗଲା ପରେ ତାର ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ମୃତ କନ୍ୟା ସନ୍ତାନଟି କାହାର ଏବଂ କେଉଁ ପରିସ୍ଥିତି ରେ ତାଙ୍କୁ କେନାଲ ଭିତରକୁ ଫିଙ୍ଗି ଦିଆ ଗଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –