ନ୍ୟୁଜିଲାଣ୍ଡର ନିଆରା କ୍ରିକେଟ ଖେଳାଳି ! ହେଲମେଟ୍ ପିନ୍ଧି କରୁଛନ୍ତି ବୋଲିଂ 

42

କ୍ରିକେଟ ମୈଦାନରେ କୌଣସି ବ୍ୟାଟ୍ସମ୍ୟାନ୍ ଏବଂ ୱିକେଟକିପର ହେଲମେଟ୍ ପିନ୍ଧିଥାର ସମସ୍ତେ ଜାଣନ୍ତି । ଏହା କୌଣସି ନୂଆ କଥା ନୁହେଁ  କାରଣ ଏହାକୁ ପିନ୍ଧି ଖେଳାଳୀ ନିଜକୁ ସୁରକ୍ଷା ଦେଇଥାନ୍ତି ।  କିନ୍ତୁ ଜଣେ ବୋଲର  ହେଲମେଟ୍ ପିନ୍ଧି ବୋଲିଂ କରନ୍ତି ତ ଏହା ନିଶ୍ଚୟ ଆଶ୍ଚର୍ଯ୍ୟକର କଥା । କାରଣ ବୋଲରଙ୍କର ହେଲମେଟ୍ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ ।  ନ୍ୟୁଜିଲାଣ୍ଡରେ ଏମିତି ଜଣେ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ୱାରେନ୍ ବାନର୍ସ ନାମକ ଏହି ବୋଲର ଜଣକ ହେଲମେଟ୍ ପିନ୍ଧି ବୋଲିଂ କରିଥାନ୍ତି । ୱାରେନ୍ ନ୍ୟୁଜିଲାଣ୍ଡର ଘରୋଇ ଟି-୨୦ ଲିଗ୍ ରେ ହେଲମେଟ୍ ପିନ୍ଧି ବୋଲିଂ କରୁଛନ୍ତି ।

ନ୍ୟୁଜିଲାଣ୍ଡରେ  ଖେଳାଯାଉଥିବା  ସୁପର ସ୍ମାଶ୍ ଟି-୨୦ରେ ଓଟାଗୋ କ୍ରିକେଟ୍ ଟିମ୍ ର ମିଡିୟମ୍ ପେସର ୱାରେନ ବାନର୍ସ ନର୍ଥର୍ନ ଜିଲ୍ଲା ବିପକ୍ଷରେ ହେଲମେଟ ପିନ୍ଧି ବୋଲିଂ କରିଥିଲେ ।  ୨୫ ବର୍ଷୀୟ ୱାରେନ ବାନର୍ସଙ୍କର ବୋଲିଂ ଶୈଳୀ ବଡ ଅଜବ ଧରଣର ।  ଏବଂ ବଲ୍ ପକାଇଲା ପରେ ତାଙ୍କର ଫଲୋ ଥ୍ରୁ ତଳ ଆଡକୁ ଯାଇଥାଏ ।

ୱାରେନ  ହେଲମେଟ୍ ପିନ୍ଧି  ବୋଲିଂ କରିବାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ତାଙ୍କର ଅଜବ ଆକ୍ସନ ଯୋଗୁଁ ସେ ଏପରି କରୁଛନ୍ତି ।  ଯଦି କୌଣସି  ବ୍ୟାଟ୍ସମ୍ୟାନ୍  ତାଙ୍କ ଆଡକୁ  ଜୋରରେ ଶଟ୍ ମାରନ୍ତି ତ ସେ ଏହି ବଲ ଉପରେ ଶୀଘ୍ର ରିଆକ୍ଟ କରିପାରନ୍ତି ନାହିଁ । ୱାରେନ ଏଥିଯୋଗୁଁ ନିଜର ସୁରକ୍ଷା ପାଇଁ ହେଡଗିୟର (ହେଲମେଟ) ପିନ୍ଧି  ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ।

(ସୌଜନ୍ୟ -ନବଭାରତ ଟାଇମ୍ସ)