ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ମ୍ୟାଚ ବିଜୟ ସହ ସିରିଜ କବଜା ଲକ୍ଷ୍ୟରେ ଭାରତ, କିୱି ଦଳ ପାଇଁ କର ବା ମର ସ୍ଥିତି

75

କନକ ବ୍ୟୁରୋ: ଆଜି ମାଉଂଟ ମାଉଙ୍ଗାନୁଇରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ଜାରି ରହିଛି । ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଛି । ଭାରତୀୟ ଦଳରେ ଦୁଇଟି ପରିବର୍ତନ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ଦିନେଶ କାର୍ତିକ ଏବଂ ବିଜୟଶଙ୍କରଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁଛନ୍ତି । ମହିଳାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଦଳରୁ ବାଦ ପଡିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ।

 

ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଆଜିର ଏହି ମ୍ୟାଚରେ ବିଜୟୀ ହୋଇ ପାଂଚ ଟିକିଆ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜକୁ ଭାରତ କବଜା ଲକ୍ଷ୍ୟରେ ରହିଛି । ପୂର୍ବ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ୨-୦ରେ ସିରିଜ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ ଜିତିଲେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତି ନେବ କୋହଲି ବାହିନୀ ।