କାଲି ଦ୍ୱିତୀୟ ଟି-ଟ୍ୱେଣ୍ଟି ! ଭାରତ ପାଇଁ ‘କର ବା ମର’ ପରିସ୍ଥିତି, ସିରିଜ୍ କବଜା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।

199

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ନ୍ୟୁଜିଲାଣ୍ଡର ଇଡେନ୍ ପାର୍କ, ଅକଲାଣ୍ଡଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ, ୧୧.୩୦ ମିନିଟରେ ଆରମ୍ଭ ହେବ । ତେବେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କାହିଁକି ନା ଯଦି ଆସନ୍ତାକାଲି ମ୍ୟାଚରେ ଭାରତ ପରାଜିତ ହେବ, ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ଟି-୨୦ ସିରିଜ ମଧ୍ୟ ହାରିଯିବ ।

ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନର ବଡ ବ୍ୟବଧାନରେ ପରାସ୍ତ କରିବା ସହ ୧-୦ରେ ସିରିଜରେ ଆଗୁଆ ରହିଛି । ତେବେ ଆସନ୍ତାକାଲିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ରହିଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣି ଥରେ କାଲି ପଡିଆକୁ ଓହ୍ଲାଇବ ଭାରତ । ତେବେ ମ୍ୟାଚ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ।

ସମ୍ଭାବ୍ୟ ଭାରତୀୟ ଦଳ : 

ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଋଷଭ ପନ୍ତ, ଶୁଭମନ୍ ଗିଲ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟକିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିର୍ଦ୍ଧାର୍ଥ କୌଲ, କୃର୍ଣ୍ଣାଲ ପାଣ୍ଡ୍ୟା, କେ ଖଲିଲ ଅହମ୍ମଦ୍, ବିଜୟ ଶଙ୍କର, କେଦାର ଯାଦବ ।