ଏବେଠାରୁ ନବବର୍ଷ କେଉଁଠି ପାଳିବେ ଚୟନ କରିନିଅନ୍ତୁ ! ଜାଣନ୍ତୁ କେଉଁଠି ମିଳୁଛି ପ୍ୟାକେଜ୍ ଉପରେ ଡିସକାଉଣ୍ଟ ।

146

ନବବର୍ଷ ଆସିବାକୁ ଆହୁରି ୨୫ ଦିନ ବାକି ଥିଲେ ମଧ୍ୟ ନୂତନ ବର୍ଷକୁ କେଉଁଠି ଏବଂ କିଭଳି ଭାବରେ ପାଳନ କରିବେ ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା,ଉଦ୍ଦୀପନା ବଢିଗଲାଣି । ତେବେ ଯଦି ଆପଣ ନ୍ୟୁ ଇୟର୍ କୁ ଘର ବାହାରେ ପାଳିବାକୁ ଚାହାନ୍ତି ତେବେ ଏବେଠାରୁ ହିଁ ଏହାର ପ୍ରସ୍ତୁତ କରିଦିଅନ୍ତୁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠି ନବବର୍ଷକୁ ଆଖିଆଗରେ ରଖି ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଡିସକାଉଣ୍ଟ୍ ସହ ରହିଛି ।

ଗୋଆରେ ୨୦,୦୦୦ ଟଙ୍କାରେ ପ୍ୟାକେଜ୍ ଆରମ୍ଭ : ନୂଆବର୍ଷକୁ ଗୋଆରେ ପାଳନ କରିବା ସମସ୍ତଙ୍କର ଦୁର୍ବଳତା ଥାଏ । ସେ ବିଚ୍ ପାର୍ଟି ହେଉ କିମ୍ବା କ୍ରୁଜ୍ ପାର୍ଟି ଗୋଆର କଥା ହିଁ ନିଆରା । ଗୋଆରେ ନବବର୍ଷ ପ୍ୟାକେଜ୍ ୪ ରୁ ୫ ଦିନ ରହଣୀର ଆରମ୍ଭ ୨୦ ହଜାର ଟଙ୍କାରୁ ଆରମ୍ଭ ହୁଏ । କିଛି ଭିନ୍ନ ଢଙ୍ଗରେ ଯଦି ନବବର୍ଷ ପାଳନ କରିବାକୁ ଚାହାନ୍ତି ତେବେ ମୁମ୍ବାଇ-ଗୋଆ କ୍ରୁଜ୍ ପ୍ୟାକେଜ୍ ଚୟନ କରିପାରିବେ । ଏହି ପ୍ୟାକେଜ୍ ଆପଣଙ୍କୁ ୨୪,୯୯୯ ପ୍ରତି ବ୍ୟକ୍ତି ଖର୍ଚ୍ଚ ପଡିବ ।

ସିମଲାରେ ୨୦ ହଜାର ଟଙ୍କାର ପ୍ୟାକେଜ୍ : ତାଜା ହାୱା ଏବଂ ବରଫ ପାହାଡ ମଧ୍ୟରେ ନବବର୍ଷ ପାଳିବାକୁ ଚାହୁଁଥିଲେ କୁଇନ୍ ଅଫ୍ ହିଲ୍ସ ସିମଲା ଠାରୁ ଭଲ ସ୍ଥାନ ଆଉ ହୋଇନପାରେ । ନବବର୍ଷ ପାଇଁ ଦୁଇଜଣ ଲୋକଙ୍କ ପାଇଁ ବର୍ତ୍ତମାନ ୨୦ ହଜାର ଟଙ୍କାର ପ୍ୟାକେଜ୍ ରହିଛି । ତେବେ ବିଳମ୍ବ ହେଲେ ଏଥିପାଇଁ ୫ ରୁ ୭ ହଜାର ଟଙ୍କା ଅଧିକ ଦେବାକୁ ପଡିପାରେ ।

ରାଜସ୍ଥାନରେ ୧୯ ହଜାର ଟଙ୍କାରୁ ଆରମ୍ଭ ପ୍ୟାକେଜ୍ : ରାଜକୀୟ ଅନ୍ଦାଜରେ ନବବର୍ଷ ପାଳିବାକୁ ଚାହୁଁଥିଲେ ରାଜସ୍ଥାନ ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ । ରାଜସ୍ଥାନରେ ୫ ଦିନର ପ୍ୟାକେଜ୍ ୧୯ ହଜାର ଟଙ୍କା ରହିଛି ।

ପଣ୍ଡିଚେରୀ ପାଇଁ ୫ ଦିନର ପ୍ୟାକେଜକୁ ୨୧ ହଜାର ଟଙ୍କା : ଫ୍ରାନ୍ସ ଆର୍କିଟେକ୍ଚର ଏବଂ ସମୁଦ୍ର କୂଳରେ ନବବର୍ଷ ପାଳନ କରିବା ପାଇଁ ଚାହୁଁଥିଲେ ପଣ୍ଡିଚେରୀ ଆପଣଙ୍କ ପାଇଁ ବେଷ୍ଟ୍ ହେବ ।