ନୂଆବର୍ଷ ପାଇଁ ଚାରିଆଡେ ଉତ୍ସାହ ଓ ଉଦ୍ଦିପନାର ମାହୋଲ : ସାରା ଦେଶରେ ବର୍ଷର ପ୍ରଥମ ଦିନକୁ ସ୍ୱାଗତ କରିଛନ୍ତି ଲୋକେ

31

କନକ ବ୍ୟୁରୋ : ନୂଆବର୍ଷ ପାଇଁ ଚାରିଆଡେ ଉତ୍ସାହ ଓ ଉଦ୍ଦିପନାର ମାହୋଲ । ସାରା ଦେଶରେ ବର୍ଷର ପ୍ରଥମ ଦିନକୁ ସ୍ୱାଗତ କରିଛନ୍ତି ଲୋକେ । ବିଶେଷ କରି ଦେବାଳୟଗୁଡିକରେ ଭିଡ ଦେଖିବାକୁ ମିଳୁଛି । ଭଗବାନଙ୍କୁ ଆରାଧନା କରି ପରିବାରର ଶୁଭ କାମନା କରୁଛନ୍ତି ଦେଶବାସୀ ।

କୋଲତାକା ହାୱଡାର ଭୁତନାଥ ମନ୍ଦିରରେ ଆଜି ସକାଳୁ ସକାଳୁ ଶହ ଶହ ଶ୍ରଦ୍ଧାଲିଙ୍କୁ ଭିଡ ଜମିଛି । ସେହିପରି ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ମଧ୍ୟ ଲୋକେ ଭିଡ ଲଗାଇଛନ୍ତି ।

ସେପଟେ ବର୍ଷର ପ୍ରଥମ ଦିନରେ ପୂଣ୍ୟ ଅଜନ କରିବାକୁ ତ୍ରିବେଣୀ ସଂଗମରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ଆହ୍ଲାବାଦସ୍ଥିତ ସଙ୍ଗମ ସ୍ଥଳରେ ବର୍ଷର ପ୍ରଥମ ସୂର୍ଯୋଦୟ ଦେଖିବା ସହ ବୁଡ ପକାଇ ପରିବାର ଓ ସଂପର୍କୀୟଙ୍କ ମଙ୍ଗଳ ପାଇଁ କାମନା କରିଛନ୍ତି ।