ଶିକାର ଶିଖାଉଛି ରାମଶିଆଳ ! ସାମ୍ନାକୁ ଆସିଛି ନିଆଳି ମେଣ୍ଢା ମୃତ୍ୟୁ ପଛର ଆଉ ଏକ କାରଣ

53

କନକ ବ୍ୟୁରୋ : ନିଆଳି ମେଣ୍ଢା ମୃତ୍ୟୁ ନେଇ ରହସ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ଶିକାରର କୌଶଳ ଶିଖିବା ପାଇଁ ଯାଉଛି ଶହ ଶହ ମେଣ୍ଢାର ଜୀବନ । ଛୁଆ ରାମଶିଆଳକୁ ଶିକାର ଶିଖାଉଛି ମା’ ରାମଶିଆଳ । ଦଳ ଦଳ ହୋଇ ଆସୁଛନ୍ତି, ଯେଉଁଥିରେ ମା’ ରାମଶିଆଳ ସହ ରହୁଛନ୍ତି ଛୁଆ ରାମଶିଆଳ । ୩୦ରୁ ୪୦ଟି ଦଳ ନିଆଳି ଅଂଚଳରେ ଆତଙ୍କ ଖେଳାଉଥିବା ବେଳେ ସେଭିତରୁ କିଛି ଦଳ ଶିକାର କୌଶଳ ଶିକ୍ଷା ପାଇଁ ମେଣ୍ଢା ଶିକାର କରୁଥିବା କ୍ୟାମେରା ସାମ୍ନାରେ କହିଛନ୍ତି ଏଟିଆର୍ ଟିମର ସଦସ୍ୟ ।

ରାମଶିଆଳର ଏହି ଶିକାର କୌଶଳ ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି । ସବୁଦିନ ଭଳି ଗତକାଲି ମଧ୍ୟ ନାଟିଗାଁ ୨ଟି ମେଣ୍ଢା ଏବଂ ଗୋରୁଡ଼ି ଗାଁରେ ୩ଟି ମେଣ୍ଢାଙ୍କ ଅନୁରୁପ ଭାବରେ ମୃତ୍ୟୁ ହୋଇଛି । ଯେଉଁଥି ପାଇଁ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଲେକେ ।

ଗୋଟିଏ ପଟେ ବନବିଭାଗ ଏବଂ ଏଟିଆର ମେଣ୍ଢା ଖୋଜିବାରେ ଲାଗିଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ମେଣ୍ଢାଙ୍କ ମୃତ୍ୟୁର ଖବର ଆସୁଛି । ଆଉ ଏହାରି ଭିତରେ ବଢ଼ୁଛି ମେଣ୍ଢା ମୃତ୍ୟୁର କ୍ଷତିପୂରଣ ଦାବି ।
ନଜରକୁ ଆସୁଛି ରାମଶିଆଳ । ହେଲେ ଚକ୍ମା ଦେଇ ଖସି ଯାଉଛି । ଆଉ ରାମଶିଆଳକୁ କାବୁ କରିବା ପାଇଁ ବିଛା ଯାଇଛି ଲମ୍ବା ଲମ୍ବା ଜାଲ ଏବଂ ଟ୍ରାଙ୍କୁଲାଇଜ୍ କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି ଟିମ୍ । ହେଲେ ରାତିର ଘନ ଅନ୍ଧାରରେ ଖସିଯାଉଛନ୍ତି ରାମଶିଆଳ ।