ମୋଦିଙ୍କଠାରୁ ପୁରସ୍କାର ନେଇ କୁଆଡେ ଗଲେ ବାବୁଲା ! ଘଟଣାରେ ଆସିଲା ନୂଆ ମୋଡ

26

କନକ ବ୍ୟୁରୋ : ସଂଗ୍ରାମୀ ଲକ୍ଷ୍ମୀଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ନିଖୋଜ ଘଟଣାରେ ନୂଆ ମୋଡ । ପାରିବାରିକ କଳହ ଯୋଗୁଁ ବାବୁଲା ଘରକୁ ଆସିନଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଘଟଣାର ତଦନ୍ତ ବେଳେ ଭୁବନେଶ୍ୱର ମଂଚେଶ୍ୱର ଅଂଚଳରେ ବାବୁଲା ୧୮ ତାରଖରେ ଥିବା ପୋଲିସ ଜାଣିପାରିଛି । ଏହା ପରଠାରୁ ତାଙ୍କର ଫୋନକୁ ଜଣେ ମହିଳାଙ୍କ ଫୋନକୁ କଲ ଡାଇଭର୍ଟ କରିଦେଇଛନ୍ତି । ଏହି ମହିଳାଙ୍କୁ ମଧ୍ୟ ପଚରାଉଚୁରା କରିଛି ପୋଲିସ ଏବଂ ସେ ଏନେଇ କିଛି ଜାଣିନଥିବା ପୋଲିସ କହିଛି ।

ଅନ୍ୟପଟେ ବାବୁଲା ପାରିବାରିକ କଳହ ଯୋଗୁ ଜାଣିଶୁଣି ଘରକୁ ଆସୁନଥିବା ପୋଲିସ ଡିଜି କେବି ସିଂ କହିଛନ୍ତି । ଅନ୍ୟପଟେ ତାଙ୍କ ଜ୍ୱାଇଁଙ୍କ ସହ ଝଗଡା ଯୋଗୁଁ ହିଁ ତାଙ୍କ ପୁଅ ଘରକୁ ଫେରିନାହିଁ ବୋଲି କହିଛନ୍ତି ବାବୁଲାଙ୍କ ମାଆ ସୁଜାତା । ଗତ ୧୬ ତାରିଖରେ ସଂଗ୍ରାମୀ ପରିବାରର ଦାୟଦଙ୍କ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ସମ୍ବର୍ଧନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସଂଗ୍ରାମୀ ଲକ୍ଷ୍ମୀଇନ୍ଦିରା ପଣ୍ଡାଙ୍କ ପୁଅ, ବୋହୂ ଓ ନାତି ବାବୁଲା ଭୁବନେଶ୍ୱର ଆସିଥିଲେ ।