ଲାଗୁ ହେଲା ଟ୍ରାଇ’ର ନୂଆ ନିୟମ ! ଏଣିକି ଯେତିକି ଚ୍ୟାନେଲ ଦେଖିବେ ସେତିକି ପୈଠ କରିବେ ଟଙ୍କା ।  

283

କନକ ବ୍ୟୁରୋ: ଆଜିଠାରୁ ଲାଗୁ ହେଲା ଟ୍ରାଇର ନୂଆ ଡିଟିଏଚ୍ ନିୟମ  । ସେଥିପାଇଁ ଏଣିକି ଗ୍ରାହକମାନଙ୍କୁ ଆଉ ଅଯଥା ଚ୍ୟାନେଲ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । ଗ୍ରାହକ ଏଥର ଯେଉଁ ଚ୍ୟାନେଲ୍ ଦେଖିବେ କେବଳ ସେହି ଚ୍ୟାନେଲ୍ ପାଇଁ ଟଙ୍କା ପୈଠ କରିବେ ବୋଲି ଟ୍ରାଇ ତରଫରୁ ସୂଚନା ମିଳିଛି । ବିଭିନ୍ନ ଡିଟିଏଚ୍ କମ୍ପାନି କେବଳ ସେହି ଚ୍ୟାନେଲ୍ଗୁଡ଼ିକ ପାଇଁ ଟଙ୍କା ନେବେ ଯାହାକୁ ଦର୍ଶକ ଚୟନ କରିଥିବେ।

ସେପଟେ ଟେଲିକମ୍ ରେଗୁଲେଟାରି ଅର୍ଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ)ର ନୂଆ ନିୟମ ଅନୁଯାୟୀ ଡିଟିଏଚ୍ ଅପରେଟର ଗ୍ରାହକଙ୍କୁ ଚ୍ୟାନେଲ୍ ଚୟନ କରିବା ପାଇଁ ଘୋଷଣା କରି ସାରିଛନ୍ତି । ଦର୍ଶନ ନିଜ ଡିଟିଏଚ୍ କମ୍ପାନିର ୱେବ ପୋର୍ଟାଲକୁ ଯାଇ ସେଠାରେ ଲଗ୍ ଇନ୍ କରି ଚ୍ୟାନେଲ୍ ଚୟନ କରିପାରିବାର ସୁବିଧା ଉପଲବ୍ଧ ରହିବ । ଯେଉଁଥିରେ ଦର୍ଶକମାନେ ନିଜ ମନପସନ୍ଦର ଟିଭି ସୋ’ର ମଜା ନେବା ସହ ଅଯଥା ଚ୍ୟାନେଲ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ଟ୍ରାଇ କହିଛି ।

ଏଭଳି ସୁବିଧା ପାଇବାକୁ ହେଲେ ପ୍ରଥମେ ନିଜ ଡ଼ିଟିଏଚ ୱେବ ସାଇଟ୍ରେ ଯାଇ ଲଗ୍ଇନ୍ କରିବା ପାଇଁ ଦର୍ଶକଙ୍କୁ ରେଜିଷ୍ଟର୍ ମୋବାଇଲ୍ ନମ୍ବର କିମ୍ବା ସବ୍ସ୍କ୍ରାଇବ୍ର ଆଇଡି ଦେବାକୁ ହେବ। ଟାଟା ସ୍କାଏ, ଏୟାର୍ଟେଲ୍, ଡିଜିଟାଲ୍ ଟିଭି, ଭିଡିଓକନ୍ ଡିଟିଏଚ୍, ଡିସ୍ଟିଭିର ସାଇଟ୍ରେ ଲଗ୍ଇନ୍ କରି ଦର୍ଶକ ମନ ପସନ୍ଦର ଚ୍ୟାନେଲ୍ ବାଛି ପାରିବେ।