ଭାରତରେ ଚାଲୁଥିବା ତେଜସ୍ ଟ୍ରେନକୁ ଖୁବଶ୍ରୀଘ୍ର ନୂଆ ରୂପରେ ଦେଖିବାକୁ ମିଳିବ ! ଯାତ୍ରୀମାନଙ୍କୁ ଆକର୍ଷଣ କରିବା ଲାଗି ରେଳ ମନ୍ତ୍ରଣାଳୟର ପ୍ରୟାସ

25

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତର ରେଳ ବିଭାଗରେ ସବୁଠାରୁ ଅଧିକ ଯାତ୍ରୀ ଯାତାୟତ କରିଥୁବା ସମସ୍ତେ ଜାଣନ୍ତି । ତେବେ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ନୂଟନ ରେଳ ଚଳାଚଳ କରିବା ଲାଗି ଯୋଜନା କରୁଥିବା ସମୟରେ ଅନେକ ରେଳକୁ ନୂତନ ରୂପ ଦିଆଯାଉଛି । ତେବେ ଭାରତରେ ଚଳାଚଳ କରୁଥିବା ଦ୍ରୁତଗାମୀ ଟ୍ରେନ ତେଜସକୁ ନୂଆ ରୂପ ଦେଇଛି ବିଭାଗ । ତେବେ ଏହାର କାମ ସରିବା ଜଣାପଡିଛି । ଏହାକୁ ନୂଆ ରୂପ ଦେବାପରେ ତେଜସ ନୂଆଦିଲ୍ଲୀରେ ପହଞ୍ଚିଥସାରିିବା ଜଣାପଡିଛି । ଏହି ନୂତନ ତେଜସ କୁ ପୁରୁଣା ତେଜସ ସହ ତୁଳନା କଲେ ଅନେକ ପାର୍ଥକ୍ୟ ଦେଖାଯିବା ସହ ଏହା ଅତ୍ୟନ୍ତ ଆଧୁନିକତାର ସହ ନିର୍ମାଣ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ରଙ୍ଗରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହାକୁ ହଳଦିଆ, ନାରଙ୍ଗୀ ଓ ଲାଲ ରଙ୍ଗରେ ଆଚ୍ଛାଦିତ କରାଯାଇଛି । ଏହା ଲାଇନ ଉପରେ ଯିବା ବେଳେ ଏପରି ଲାଗୁଛି ଯେପରି କୈାଣସି ଏଲଲିଡି ଲାଇଟ ଖୀପ୍ର ଗତିରେ ଯାଉଛି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତିା ମୋଦି ସରକାର ଆସିବା ପରେ ଏପରି ଟ୍ରେନକୁ ୩ ଟି ରାଜ୍ୟରେ ଚଳାଇବା ପାଇଁ ଘୋଷଣା କରିଥିଲେ ।

ପୂର୍ବରୁ ଗୋଆ- ମୁମ୍ବାଇ ରୋଡରେ ଏହା ଚଳାଚଳ କରୁଥିବା ବେଳେ ଦ୍ୱିତୀୟଟି ନୂଆଦିଲ୍ଲୀ-ଚଣ୍ଡୀଗଡ ମଧ୍ୟରେ ଏବଂ ତୃତୀୟଟି ଦିଲ୍ଲୀ-ଆନନ୍ଦ ବିହାର ମଧ୍ୟରେ ଚଳାଚଳ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟ୍ରେନରେ ବିଭିନ୍ନ ପ୍ରକାରର ଉନ୍ନତ ଜ୍ଞାନକୈାଶଳ ଲଗାଯାଇଥିବା ବେଳେ ପ୍ରତ୍ୟେକ ଡବାରେ ସିସିଟିଭି ଲଗାଯାଇଥିବା ସୂଚନା ମିଳିଛି । ଏଠାରେ ଯାତ୍ରୀମାନଙ୍କୁ ଇଣ୍ଟରନେଟର ସୁବିଧା ମଧ୍ୟ ଦିଆଯିବ ବୋଲି ଜଣାପଡିଛି । ଏହି ଟେନରେ ଥିବା ଡୋର ସ୍କ୍ରିନରେ ଅଟୋମେଟିକ ଭାବରେ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଛି । ଗୋଟିଏ ବଗିରୁ ଅନ୍ୟଏକ ବଗିକୁ ଯିବାପାଇଁ ମଧ୍ୟ ଅତ୍ୟାଧୁନିକ କବାଟ ଲଗାଯାଇଛି ଯାହା ଦ୍ୱାରା ଲୋକମାନେ ବିନା କୈାଣସି ବାଧାରେ ଯେକୈାଣସି ସମୟରେ ଗୋଟିଏ ବଗିରୁ ଅନ୍ୟଏକ ବଗିକୁ ଯାତ୍ରା କରିପାରିବେ । ତେବେ ଏତିକି ନୁହେଁ ବରଂ ଲୋକମାନେ କିପରି ଭାବରେ ଭଲଭାବରେ ଟିଭି ଦେଖିପାରିବେ ସେନେଇ ଏଲଲିଡିର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ସିଟକୁ ସେମି ସ୍ଲିପର ଭାବରେ ରଖାଯାଇଛି ଯେଉଁଥିରେ ଯାତ୍ରୀମାନେ ଆରାମ ଦାୟକ ଯାତ୍ରା କରିପାରିବେ । ଏହାସହ ପ୍ରତ୍ୟେକ ସିଟ ପାଖରେ ଚାର୍ଜିଂ ପଏଣ୍ଟ ରଖାଯାଇଛି । ତେବେ ଦିଲ୍ଲୀଠାରୁ ଚଣ୍ଡୀଗଡ ଯିବାପାଇଁ ଏହାକୁ ୩ ଘଣ୍ଟା ସମୟ ଲାଗିବ । ଦିଲ୍ଲୀରୁ ସକାଳ ୯.୪୦ ରେ ବାହାରି ଚଣ୍ଡୀଗଡଠାରେ ଅପରାହ୍ମ୍ ୧୨.୪୦ ପହଞ୍ଚିବ ବୋଲି ଜଣାପଡିଛି । ତେବେ ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ଯେପରି ଅଧିକ ଅର୍ଥ ଦେବାକୁ ପଡିିଥାଏ ସେପରି ଭାବରେ ଆରାମ ଦାୟକ ସୁବିଧା ମଧ୍ୟ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।