ରିଲିଜ୍ ହୋଇଛି ‘ତୁଳସୀ ଅପା’ର ନୂଆ ଗୀତ ! ବଡ ପରଦାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ କାହାଣୀ

5

ରିଲିଜ୍ ହୋଇଛି ସିନେମା ‘ତୁଳସୀ ଅପା’ର ନୂଆ ଗୀତ । ଗୀତଟିକୁ ବୋଲିଛନ୍ତି ଲୋକପ୍ରିୟ ଗାୟିକା ଇରା ମହାନ୍ତି ଏବଂ ବୁଲୁ  । ସିନେମାଟି ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରହିଛି ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ କାହାଣୀ । ଚଳଚିତ୍ରରେ ତୁଳସୀ ମୁଣ୍ଡାଙ୍କ ଭୁମିକାରେ ନବାଗତ ଅଭିନେତ୍ରୀ ବର୍ଷା ନାୟକ ଅଭିନୟ କରିଛନ୍ତି । ଏହା ସହ ପ୍ରୋମାଜଂନ ପରିଡା, ଚୈଧୁରୀ ବିକାଶ ଦାସ ଓ ମମତା ପଣ୍ଡା ଅଭିନୟ କରିଛନ୍ତି ।

ଆସନ୍ତା ୧୯ରେ ଚଳଚିତ୍ରଟି ସିନେମା ହଲରେ ପଦର୍ଶିତ ହେବ । ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତୁଳସୀ ଅପା’ ରାଜ୍ୟ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହି ଫିଲ୍ମ ରାଜ୍ୟ ଚଳଚିତ୍ର ଉତ୍ସବରେ ୬ଟି ପୁରସ୍କାର ହାସଲ କରିିଛି ।

Comments are closed.