ରୋଡ ରୋମିଓଙ୍କୁ ମିଳିବ ପାନେ ! ଏଣିକି ମହିଳା ମାନଙ୍କୁ ସୁରକ୍ଷା ଦେବ ସ୍ମାର୍ଟ ବ୍ରେସଲେଟ, ଅପରାଧୀଙ୍କୁ କରିବ ଚିହ୍ନଟ ।

83

ସମାଜରେ ମହିଳା ମାନଙ୍କ ଉପରେ ଦିନକୁ ଦିନ ବଢି ଚାଲିଛି ଯୌନ ନିର୍ଯ୍ୟାତନା । ଘରୁ ବାହାରକୁ ଯାଉଥିବା ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏକ ବଡ ସମସ୍ୟା ପାଲଟି ଗଲାଣି । ତେବେ ମହିଳାଙ୍କ ଉପରେ ହେଉଥିବା ଏପରି ନିର୍ଯ୍ୟାତନାକୁ ରୋକିବା ପାଇଁ ଆମେରିକାର ବୈଜ୍ଞାନିକ ମାନେ ଏପରି ଏକ ବ୍ରେସଲେଟ ତିଆରି କରିଛନ୍ତି , ଯାହା ଅସୁବିଧାରେ ପଡିଥିବା ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ।

 

ୟୁନିଭରସିଟି ଅଫ ଅଲବାମା ର ବୈଜ୍ଞାନିକ ରାଗିବ ହସନଙ୍କ କହିବା ଅନୁସାରେ , ଅସୁବିଧାର ଶିକାର ହେଉଥିବା ମହିଳା ମାନଙ୍କ ପାଖରେ ସାହାଯ୍ୟ ମାଗିବା ପାଇଁ କୌଣସି ପ୍ରକାର ସାଧନ ନଥାଏ । ତେଣୁ ବୈଜ୍ଞାନିକ ମାନେ ଏକ ସାହାଯ୍ୟକାରୀ ବ୍ରେସଲେଟ ଉଦ୍ଭାବନ କରିଛନ୍ତି । ଏହି ବ୍ରେସଲେଟଟି ଦେଖିବାକୁ ବେସ ସୁନ୍ଦର ହୋଇଥିବାରୁ ଏହାକୁ ପିନ୍ଧିବାରେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବନାହିଁ ।

 

 ସୁଚନା ଅନୁଯାୟୀ, ତିଆରି ହୋଇଥିବା ଏହି ବ୍ରେସଲେଟରେ ଅନେକ ପ୍ରକାର ସେନସର ଲଗା ଯାଇଛି । ଏହି ସେନସର ଗୁଡିକ ଅପରାଧି ମାନଙ୍କ ଗତିବିଧିକୁ ଅନୁଧ୍ୟାନ କରିପାରିବ । ଯଦି କୌଣସି ଅସୁବିଧାର ଆଶଙ୍କା ମିଳେ ତେବେ ଏହି ବ୍ରେସଲେଟରୁ ବହୁତ ଜୋରରେ ଶଦ୍ଦ ବାହାରିବା ସହ ଏଥିରୁ ଏକ ପ୍ରକାର ଲାଇଟ ପ୍ରବାହିତ ହେବ । ଯାହା ମହିଳା ମାନଙ୍କ ଠାରୁ  ଅପରାଧି ମାନଙ୍କୁ ଦୁରାଇ ରଖିବ ଏବଂ ଆଖ ପାଖରେ ଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଏକ ସିଗନାଲ ପଠାଇବ । କେବଳ ସେତିକି ନୁହେଁ ଏହି ବ୍ରେସଲେଟରେ ଜିପିଏସ ଯୁକ୍ତ ମାଇକ୍ରୋଫୋନ ମଧ୍ୟ ଲଗାଯାଇଛି । କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ବ୍ରେସଲେଟରେ ଲାଗିଥିବା ସେନସର କନେକ୍ଟ ହୋଇଥିବା ମୋବାଇଲରୁ ଜରୁରୀକାଳିନ କଣ୍ଟାକ୍ଟ ନଂମ୍ବରକୁ ଚିହ୍ନଟ କରିବ । ଏବଂ ବ୍ଲ୍ୟୁଟୁଥ ସାହାଯ୍ୟରେ ସେହି ନମ୍ବରକୁ ଅସୁବିଧାରେ ପଡିଥିବା ମହିଳାଙ୍କ ଲୋକେସନ ପଠାଇ ପାରିବ । ଏପରି ହେବା ଦ୍ୱାରା ମହିଳାମାନଙ୍କ ଏଭଳି ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ । ଏହା ସହ ରୋଡ ରୋମିଓ ମାନଙ୍କୁ ମଧ୍ୟ ଉଚିତ ଦଣ୍ଡ ମିଳିବ ।