ଦ୍ରୁତଗତି ମହାବିପତ୍ତି ! ରାଜରାସ୍ତାରେ ସ୍ପିଡ୍ ଗାଡ଼ି ଚଳନା କଟକଣାକୁ ଜୋରଦାର କଲା ଟ୍ରାଫିସ୍ ପୁଲିସ୍

50

କନକ ବ୍ୟୁରୋ : ଆପଣ ଭୁବନେଶ୍ୱର ରାଜରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି କି ? ଯଦି ହିଁ, ତେବେ ସତର୍କ ହୋଇ ଯାଆନ୍ତୁ । ଆପଣଙ୍କ ଲାଇସେନ୍ସ ରଦ୍ଧ ହୋଇପାରେ, ଏମିତି ଜେଲ ଯିବାକୁ ପଡ଼ିପାରେ । ଏଣିକି ଦ୍ରୁତ ଗତି ଉପରେ ଲାଗିବ ରୋକ୍ । ଘଂଟାପ୍ରତି ୫୦ କିଲୋମିଟରରୁ ଅଧିକ ବେଗରେ ବାଇକ୍ କିମ୍ବା ଗାଡ଼ି ଚଲାଇଲେ ଦେବାକୁ ପଡ଼ିବାରେ ଜରିମାନା ।

ରାଜରାସ୍ତାରେ ଖାମଖିଆଲି ଭାବେ ବାଇକ୍ ଚଳାଉଥିବା ଲୋକଙ୍କ ଉପରେ ଲାଗିବ ଲଗାମ୍ । ଘଂଟା ପ୍ରତି ୫୦ କିଲୋମିଟରରୁ ଅଧିକ ବେଗରେ ଚଲେଇ ପାରିବେନି ବାଇକ୍ । ଏଣିକି ଗତି ଉପରେ ରୋକ୍ ଲାଗାଇବା ପାଇଁ ଟ୍ରାଫିକ୍ ସ୍ପିଡ୍ ଲେଜର ଗନ୍ ଏବଂ ଇଂଟରସେପ୍ଟରକୁ ଅଧିକ ଗୁରୁତ୍ୱ ଦେବ । ଆଉ ଧରାପଡ଼ିଲେ ସିଧା ଘରକୁ ପହଂଚିବ ନୋଟିସ୍ । ଦ୍ରୁତଗତିରେ କିମ୍ବା ବିପଦଜନକ ଭାବେ ଗାଡ଼ି ଚଳାଉଥିବେ ଗିରଫ ହେବାର ବି ଯଥେଷ୍ଟ ସଂଭାବନା ରହିଛି । ଆଉ ଯଦି ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ । ତାହେଲେ କଥା ସରିଲା, ସିଧା ଜେଲକୁ ଚାଳକ ।

ଦିଲ୍ଲୀରେ ରେସିଂ ଯୋଗୁଁ ଜଣେ ଯୁବ ବାଇକର୍ଙ୍କ ଜୀବନ ଯିବା ପରେ ଏଭଳି ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛି ଟ୍ରାଫିକ୍ ପୁଲିସ୍ । ଆଉ ଯଦି ଆମେ ଆର୍ଥିକ ଦଣ୍ଡକୁ ଦେଖିବା ଗତବର୍ଷ ୧୧୭୨ ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୫ ଲକ୍ଷ ୭୬ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ, ଚଳିତ ବର୍ଷ ଏଯାବତ ୩୧୪ ଜଣଙ୍କ ଠାରୁ ୧ଲକ୍ଷ ୫୭ ହଜାର ଟଙ୍କା ଫାଇନ୍ କଟା ଯାଇଛି ।