ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା! ରେଳରେ ଯାତ୍ରା କରୁଥିବା ସମୟରେ ଆଉ ରହିବେ ନାହିଁ ଟିଟିଇ

38

କନକ ବ୍ୟୁରୋ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା । କିଛିଦିନ ମଧ୍ୟରେ ରେଳରେ ଯାତ୍ରା କରୁଥିବା ସମୟରେ ଆଉ ଟିଟିଇ ଦେଖାଯିବେ ନାହିଁ । ରେଳବାଇ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂଶୋଧନ କରିବାକୁ ଯାଇ କହିଛି, ଏଣିକି ଯାତ୍ରା ସମୟରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ । ଏହି ବ୍ୟବସ୍ଥା କେତେଟି ସ୍ୱତନ୍ତ୍ର ଟ୍ରେନ୍‌ରେ ଲାଗୁ କରାଯାଇଛି ।

ଖୁବ୍‌ ଶୀଘ୍ର ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଟିକେଟ ଯାଞ୍ଚ ପାଇଁ ଟିଟିଇ ଡିୟୁଟିରେ ନଜର ଆସିବେ ନାହିଁ। ଟିଟିଇଙ୍କ ପରିବର୍ତ୍ତେ ଫ୍ଲାଇଙ୍ଗ ସ୍କ୍ଵାର୍ଡ ରହିବେ । ସ୍କ୍ଵାଡ୍‌ ଟିକେଟ ଯାଞ୍ଚ କରିବ । ଏଭଳି ବ୍ୟବସ୍ଥା ଦ୍ୱାରା ରେଲବାଇ ଟିଟିଇଙ୍କ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଛି ରେଳବାଇ ।  ଅନ୍ୟପକ୍ଷରେ ରେଲେଓ୍ଵରେ ୱେଟିଙ୍ଗ ଟିକେଟ କାଟୁଥିବା ଯାତ୍ରୀଙ୍କ ପାଇଁ ବି ସୂଚନା ଜାରି କରାଯାଇଛି। ଖୁବ୍‌ ଶୀଘ୍ର ଟ୍ରେନ୍‌ର ଏସି ଓ ସ୍ଲିପର କୋଚରେ ୱେଟିଙ୍ଗ ଟିକେଟରେ ଯାତ୍ରୀ ଯାତ୍ରା କରି ପାରିବେ ନାହିଁ । ଏଭଳି କରିବା ଦ୍ୱାରା ଯେଉଁ ଯାତ୍ରୀ ଧରାପଡ଼ିବେ ସେମାନଙ୍କ ଠାରୁ ଜରିମାନା ଆଦାୟ ହେବା ସହିତ ଷ୍ଟେସନ୍‌ରେ ଓହ୍ଲାଇ ଦିଆଯିବ ।

ଏଯାବତ୍‌ ରେଲବାଇ ନିୟମ ମୁତାବକ, ଅନ୍‌ଲାଇନ୍‌ ୱେଟିଙ୍ଗ ଟିକେଟରେ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାର ଅଧିକାର ନ ଥିଲା । ରେଳବାଇ ଉଇଣ୍ଡୋ ୱେଟିଙ୍ଗ ଟିକେଟରେ ଯାତ୍ରୀ ଟିକେଟ ସୁନିଶ୍ଚିତ ନ କରି ମଧ୍ୟ ଟ୍ରେନ୍‌ରେ ଯାତ୍ରା କରିପାରୁଥିଲେ । ରେଳବାଇ ଏହି ବ୍ୟବସ୍ଥା କେତେଟି ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଲାଗୁ କରିଥିବା ବେଳେ ଧୀରେଧୀରେ ସମସ୍ତ ଟ୍ରେନ୍‌ରେ ଏହି ନିୟମ ଜାରି କରାଯିବ । ରେଳବାଇ ଟିଟିଇ ସଂଖ୍ୟା ହ୍ରାସ କରିବା ସହିତ ନୂତନ ଟିଟିଇ ଭର୍ତ୍ତିକୁ ବି ବନ୍ଦ କରିଦେଇଛି । ଏହି ପଦକ୍ଷେପ ଦ୍ୱାରା ଲୋକମାନଙ୍କୁ ସରପ୍ରାଇଜ ଯାଞ୍ଚର ଭୟ ରହିବ, ଯଦ୍ୱାରା ୱେଟିଙ୍ଗ ଟିକେଟରେ ଯାତ୍ରୀଙ୍କ ସଂଖ୍ୟା ବି ହ୍ରାସ ପାଇବ ।