ଆଉ ଅବଢା ପାଇଁ ଦେବାକୁ ପଡିବନି ଅଧିକ ଦର! ଲାଗିବ ରେଟଚାର୍ଟ, ଭିତର କାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ

452

କନକ ବ୍ୟୁରୋ : ନୂଆ ବର୍ଷରୁ ନୂଆ ନିୟମ । ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗୁ ହେବ ଅବଢା ଦର ତାଲିକା । ଅବଢା ହାଣ୍ଡିର ମୂଲ୍ୟ କେତେ ରହିବ ସେନେଇ ରେଟ ଚାର୍ଟ ଲଗାଇବ ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଅବଢା ଦର ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଏହାଛଡା ଜଗାକୁ ଭିତରକାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇପାରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ ସେନେଇ କୌଣସି ନିଷ୍ପତି ନିଆଯାଇନାହିଁ ।

jagannath 3ଅନଲାଇଟ ଟିକେଟ କାଟି ଭକ୍ତ ମାନେ ଭିତରକାଠ ନିକଟରୁ ଜଗାକୁ ଦର୍ଶନ କରିପାରିବେ । ତେବେ ସାହାଣମେଳା ସମୟରେ ବିନା ଟିକେଟରେ ମଧ୍ୟ ଭକ୍ତ ମାନେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ସେବାୟତ ନିଯୋଗ ମଧ୍ୟ ସାମିଲ ହୋଇଛନ୍ତି ।

ଏହାଛଡା ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । କାରଣ ନୂଆବର୍ଷରେ ୬ରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।