ରେଳ ବିଭାଗର ନୂଆ ନିୟମ! ଭେଣ୍ଡର ବିଲ ନ ଦେଲେ, ଯାତ୍ରୀଙ୍କୁ ମିଳିବ ଫ୍ରିରେ ଖାଦ୍ୟ । ଜାଣନ୍ତୁ କେବେଠୁ ଲାଗୁ ହେଉଛି ଏହି ନିୟମ

26

ଟ୍ରେନରେ ମିଳୁଥିବା ଖାଦ୍ୟ, ପାନୀୟ ସାମଗ୍ରୀ ଉପରେ ବେଲଗାମ ଦାମ୍ ଆଦାୟକାରୀଙ୍କ ଉପରେ ରେଳବାଇ ଲଗାମ ଲଗାଇବାକୁ ଯାଉଛି । ଏଥିପାଇଁ ରେଲୱେ ପକ୍ଷରୁ ନୂଆ ସ୍କିମ୍ ଲଞ୍ଚ କରାଯାଇଛି । ଏହି ସ୍କିମ୍ ଅନୁସାରେ, ଯଦି ଟ୍ରେନରେ ଖାଦ୍ୟ ସାମଗ୍ରୀର ବିଲ୍ ଦିଆଯିବ ନାହିଁ, ତେବେ ସେହି ଖାଦ୍ୟ ଆପଣଙ୍କୁ ମାଗଣାରେ ମିଳିବ । ସରକାରଙ୍କ କହିବା ଅନୁସାରେ, ଏପରି କରିବା ଦ୍ୱାରା ରେଳବାଇ କମ୍ପାନୀର ମନମୁଖୀ କାର୍ଯ୍ୟକୁ ରୋକାଯାଇପାରିବ । ମିଡିଆ ରିପୋର୍ଟ ଅନୁସାରେ, ଏହି ସମ୍ବନ୍ଧରେ ରେଲୱେ ମନ୍ତ୍ରାଳୟ ସବୁ ଟ୍ରେନ ଗୁଡିକରେ ନୋଟିସ ଲଗାଇବା ପାଇଁ ନିର୍ଦ୍ଦେର୍ଶ ଦେଇଛି ।

କୁହାଯାଉଛି ଯେ, ଟ୍ରେନରେ ଯାତ୍ରୀମାନଙ୍କୁ ଖାଦ୍ୟ ଦେଉଥିବା କର୍ମଚାରୀ ମାନେ ବିଲ୍ ଦେବାକୁ ମନା କରୁଥିବା, ରେଲୱେ ପାଖକୁ ଅଭିଯୋଗ ଆସୁଛି । ବେଳେ ବେଳେ କର୍ମଚାରୀମାନେ ବିଲ୍ ବୁକ ତାଙ୍କ ପାଖରେ ନାହିଁ ବୋଲି କହିଥାନ୍ତି । ଏହାସହ ଖାଦ୍ୟ ପାଇଁ ମନଇଚ୍ଛା ଟଙ୍କା ନେଇଥାନ୍ତି ।

ନୂଆ ନିୟମ ଅନୁସାରେ, ଯଦି କୌଣସି ପ୍ରକାର ଭେଣ୍ଡର ବିଲ୍ ଦେବାକୁ ମନା କରନ୍ତି, ତେବେ ଉକ୍ତ କ୍ୟାଟରିଙ୍ଗ କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇପାରେ ।
ସୂଚନା ଅନୁସାରେ, ୩୧ ମାର୍ଚ୍ଚ ୨୦୧୮ ପରଠାରୁ ଯେଉଁ ଟ୍ରେନରେ ଯାତ୍ରୀମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି, ସେଠାରେ ବିଲ୍ ଦେବା ବାଧ୍ୟତାମୂଳକ କରାଯାଇଛି । ଏହି ବିଷୟରେ ଓଜଉଞଉ ପକ୍ଷରୁ ଟିକେଟ୍ ବୁକିଂ ୱେବସାଇଟରେ ଯାତ୍ରୀ ମାନଙ୍କୁ ଏସମ୍ପର୍କରେ ସୂଚନା ଦିଆଯିବା ଆରମ୍ଭ ହୋଇଗଲାଣି ।