ଖୁବ୍ ଶୀଘ୍ର ବଜାରକୁ ଆସିବ ୧୦୦ ଟଙ୍କିଆ କଏନ୍ ! ଜାଣନ୍ତୁ କଣ ରହିଛି ବିଶେଷତ୍ୱ

133

କନକ ବ୍ୟୁରୋ : ଭାରତୀୟ ମୁଦ୍ରା ଇତିହାସରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । କାରଣ ଖୁବ୍ ଶୀଘ୍ର ବଜାରକୁ ଆସିପାରେ ୧୦୦ ଟଙ୍କିଆ କଏନ୍ ବା ୧୦୦ ଟଙ୍କିଆ ମୁଦ୍ରା । ଅଭିନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏହି କଏନର ଶୁଭାରମ୍ଭ କରାଯିବ । ଏପରି କରିବା ଦ୍ୱାର ଭାରତରତ୍ନ ପ୍ରାପ୍ତ ରାମଚନ୍ଦ୍ରନଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳୀ ହେବ । ଏନେଇ ଅର୍ଥ ମନ୍ତ୍ରାଳୟ ଏକ ନୋଟିଫିକେସନ୍ ଜାରି କରିଛି । ଏହା ସହ ନୂଆ ୫ ଟଙ୍କିଆ ମୁଦ୍ରା ମଧ୍ୟ ଏଆଇଏଡିଏମକେର ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ପ୍ରଚଳନ ହେବ ।

1000୩୫ ଗ୍ରାମ୍ ଓଜନର ଏହି ୧୦୦ଟଙ୍କିଆ କଏନରେ ରୁପାର ପରିମାଣ ୫୦ ପ୍ରତିଶତ, ତମ୍ବା ୪୦ ପ୍ରତିଶତ, ନିକେଲ୍ ୫ ପ୍ରତିଶତ ରହିବ । ଏହା ସହ ଏହାର ଆକାର ୪୪ ମିଲିମିଟର ଡାଏମିଟର ରହିବ । ଏହି କଏନର ଆରମ୍ଭ ପଟେ କେନ୍ଦ୍ରରେ ଅଶୋକ ସ୍ତମ୍ବ ରହିବା ସହ ତଳଭାଗରେ ଦେବନଗରୀ ଲିପିରେ ସତ୍ୟମେବ ଜୟତେ ଲେଖା ରହିବ । ମୁଦ୍ରାର ବାମ ପଟେ ଦେବନଗରୀ ଲିପିରେ ଭାରତ ଲେଖା ହେବା ସହ ଦକ୍ଷିଣ ପଟରେ ଇଂରାଜୀରେ ଇଣ୍ଡିଆ ଲେଖା ରହିବ ।

coin_650x400_81503310888ସେହିପରି ମୁଦ୍ରାର ଦ୍ୱିତୀୟ ପାଶ୍ୱର କେନ୍ଦ୍ରରେ ରାମଚନ୍ଦ୍ରନଙ୍କ ଚେହେରା ରହିବା ସହ ଦେବନଗରୀ ଲିପିରେ ରାମଚନ୍ଦ୍ରନଙ୍କ ଜନ୍ମ ବିଶେଷାଙ୍କ ରହିବ । ଏହା ସହ କଏନର ତଳ ପାଶ୍ୱର୍ରେ ଅନ୍ତରାଷ୍ଟ୍ରିୟ ଅଙ୍କରେ ଲେଖାଯିବ ୧୯୧୭-୨୦୧୭ । ଆଉ ଏକ ଡିଜାଇନ୍ ଅନୁଯାୟୀ,ଦ୍ୱିତୀୟ ପଟେ ଏମ.ଏସ୍ ସୁବୁଲକ୍ଷ୍ମୀଙ୍କ ଚେହେରା ରହିପାରେ । ଏହି ଡିଜାଇନରେ ଏମ.ଏସ୍ ସୁବୁଲକ୍ଷ୍ମୀଙ୍କ ନାଁ କଏନର ଉପର ପାଶ୍ୱର୍ରେ ଦେବନଗରୀ ଲିପିରେ ଲେଖାଯିବ । ଏବଂ ତଳ ପାଶ୍ୱର୍ରେ ରହିବ ଜନ୍ମ ତାରିଖ । ତେବେ କଏନର ଦକ୍ଷିଣ ପାଶ୍ୱର୍ରେ ଅନ୍ତରାଷ୍ଟ୍ରିୟ ଅଙ୍କରେ ଲେଖାଯିବ ୧୯୧୬-୨୦୧୬ ।

new-coins-rbi-reserve-bank-of-india-770x433ସେହିପରି ନୂଆ ୫ ଟଙ୍କିଆ କଏନ ୬ ଗ୍ରାମ୍ ବିଶିଷ୍ଟ ହେବ । ଏହାର ଆକାର ୨୩ ମିଲିମିଟର ଡାଏମିଟର ରହିବ । ଏହା ସହ ଏଥିରେ ତମ୍ବା ୭୫ ପ୍ରତିଶତ, ଜିଙ୍କ୍ ୨୦ ପ୍ରତିଶତ ଏବଂ ନିକେଲ୍ ରହିଛି ୫ ପ୍ରତିଶତ ।

ଏହି ମୁଦ୍ରାରେ ମଧ୍ୟ ଆରମ୍ଭ ପଟେ କେନ୍ଦ୍ରରେ ଅଶୋକ ସ୍ତମ୍ବ ରହିବା ସହ ତଳଭାଗରେ ଦେବନଗରୀ ଲିପିରେ ସତ୍ୟମେବ ଜୟତେ ଲେଖା ରହିବ । ମୁଦ୍ରାର ବାମ ପଟେ ଦେବନଗରୀ ଲିପିରେ ଭାରତ ଲେଖା ହେବା ସହ ଦକ୍ଷିଣ ପଟରେ ଇଂରାଜୀରେ ଇଣ୍ଡିଆ ଲେଖା ରହିବ ।

ସେହିପରି ଦ୍ୱିତୀୟ ପାଶ୍ୱର୍ର କେନ୍ଦ୍ରରେ ରାମଚନ୍ଦ୍ରନଙ୍କ ଚେହେରା ରହିବ । ଉପର ପାଶ୍ୱର୍ରେ ଦେବନଗରୀ ଲିପିରେ ରାମଚନ୍ଦ୍ରନଙ୍କ ଜନ୍ମ ବିଶେଷାଙ୍କ ରହିବା ସହ ତଳ ପାଶ୍ୱର୍ରେ ଇଂରାଜୀରେ ଲେଖା ରହିବ । ଏହା ସହ କଏନର ତଳ ପାଶ୍ୱର୍ରେ ଅନ୍ତରାଷ୍ଟ୍ରିୟ ଅଙ୍କରେ ଲେଖାଯିବ ୧୯୧୭-୨୦୧୭ ।