କ୍ୟାପଟେନ୍ କୋହଲିଙ୍କ ଅପେକ୍ଷାରେ ରେକର୍ଡ ! କିନ୍ତୁ ଆଗାମୀ ଦୁଇଟି ଟି-୨୦ ମ୍ୟାଚରେ ବିରାଟଙ୍କୁ କରିବାକୁ ପଡିବ ବଡ କମାଲ

22

ରେକର୍ଡ ମ୍ୟାନ ବିରାଟ କୋହଲି କରିପାରନ୍ତି ଆଉ ଏକ ନୂଆ ରେକର୍ଡ । ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆର କ୍ୟାପଟେନ୍ କୋହଲି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି । ତେଣୁ ସିରିଜ୍ ଶେଷ ସୁଦ୍ଧା ଆଉ ଏକ ରେକର୍ଡ କରିପାରନ୍ତି ବୋଲି ଅନୁମାନ କରିଛନ୍ତି କ୍ରିକେଟ୍ ବିଶେଷଜ୍ଞ । ଆଗାମୀ ଦୁଇଟି ଟି-୨୦ ମ୍ୟାଚରେ ଆଉ ମାତ୍ର ୧୦୪ ରନ୍ ସଂଗ୍ରହ କଲେ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡକୁ ଭାଙ୍ଗିବେ ବିରାଟ । କୌଣସି ଏକ ଗସ୍ତ କାଳରେ ସର୍ବାଧିକ ରନ୍ କରିବାରେ ଡନ୍ ବ୍ରାଡମ୍ୟାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ପୂର୍ବରୁ ବ୍ରାଡମ୍ୟାନ ୯୭୪ ରନ୍ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ । ତେବେ ବିରାଟ୍ ଚଳିତ ଗସ୍ତ ସମୟରେ ୮୭୦ ରନ୍ କରିଛନ୍ତି,ଏବଂ ଆଉ ଦୁଇଟି ଟି-୨୦ମ୍ୟାଚ ଖେଳିବାର ଅଛି । ତେଣୁ ଯଦି ଆଗାମୀ ଦୁଇଟି ମ୍ୟାଚରେ ବିରାଟ ୧୦୪ ରନ୍ କରିବାରେ ସକ୍ଷମ ହ୍ରୁଅନ୍ତି ତାହେଲେ ସେ ବ୍ରାଡମ୍ୟାନଙ୍କ ରେକର୍ଡକୁ ତାଙ୍କ ନାଁରେ କରିନେବେ । ତେବେ ଏହି ତାଲିକାରେ ୧୦୦୪ ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତିି ଭି.ଭି ରିଚାର୍ଡସନ୍ । ଚଳିତ ଗସ୍ତ ସମୟରେ ବିରାଟ ତାଙ୍କ ନାଁରେ କୋ÷ଣସି ଗୋଟିଏ ଦିନିକିଆ ଶୃଙ୍ଖଳାରେ ସର୍ବାଧିକ ରନ୍ କରିବାରେ ରେକର୍ଡ କରିଥିଲେ ।