ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନୂଆ କୀର୍ତିମାନ ! ଶ୍ରୀଲଙ୍କାରେ ବୁଦ୍ଧଙ୍କ ବଡ ବାଲୁକା ମୂର୍ତି ନିର୍ମାଣ କରି ନୂଆ ରେକର୍ଡ

31

କନକ ବ୍ୟୁରୋ : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଉ ଏକ କୀର୍ତିମାନ । ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ଅନ୍ତର୍ଜାତୀୟ ଭେଷକ ଦିବସରେ ଭଗବାନ ବୁଦ୍ଧଙ୍କ ସବୁଠାରୁ ବଡ ବାଲୁକା ମୂର୍ତି ତିଆରି କରି ନୂଆ ରେକର୍ଡ କରିଛନ୍ତି ସୁଦର୍ଶନ । ଭାରତୀୟ ହାଇକମିଶନରଙ୍କ ନିମନ୍ତ୍ରଣରେ ସୁଦର୍ଶନ ପଟ୍ଟନାୟକ କଲମ୍ବୋ ଯାଇଥିଲେ । ମେ ୭ ତାରିଖରୁ ୫ ଦିନ ବ୍ୟାପୀ ଏହି ସମାରୋହ ଆୟୋଜିତ ହୋଇଥିଲା । ନିକଟରେ ମସ୍କୋରେ ଶେଷ ହୋଇଥିବା ବାଲୁକା କଳା ପ୍ରତିଯୋଗିତାରେ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣପଦକ ପାଇଥିଲେ ।