ହାତ ଖୋଲିଦେଲେ ସାଇ ଭକ୍ତ : ଗୁରୁପୂର୍ଣ୍ଣିମାରେ ଶିରିଡି ସାଇରେ ରେକର୍ଡ଼ ଦାନ, ଗୋଟିଏ ଦିନରେ ହୁଣ୍ଡିରେ ଭରିଲା ସାଢ଼େ ୬ କୋଟି

88

କନକ ବ୍ୟୁରୋ : ହାତ ଖୋଲିଦେଲେ ସାଇ ଭକ୍ତ । ଦାନ ଅର୍ଥରେ ପୁରିଗଲା ବାବାଙ୍କ ହୁଣ୍ଡି । ଗୁରୁପୂର୍ଣ୍ଣିମାରେ ସାଇବାବାଙ୍କୁ କିଛି ଏପରି ମାତ୍ରାରେ ଅର୍ଥ ଦାନ କରାଯାଇଛି । ଯାହାର ପରିମାଣ ରହିଛି ୬.୪ କୋଟି ଟଙ୍କା । ଏହି ଦିନରେ ସାଇ ମନ୍ଦିରରୁ ହୁଣ୍ଡିରୁ ମିଳିଛି ୬କୋଟି ୪୦ଲକ୍ଷ ୯୫ ହଜାର ୩୦୫ ଟଙ୍କା । ଏଥିମଧ୍ୟରୁ ୧୩.୮୩ କୋଟିର ଅଳଙ୍କାର ରହିଥିବାବେଳେ ୬.୬୧ଲକ୍ଷର ନଗଦ ଟଙ୍କା ଓ ୧୧.୨୫ଲକ୍ଷର ବିଦେଶୀ ମୂଦ୍ରା ରହିଛି ।

ଶିରିଡିରେ ପ୍ରତିବର୍ଷ ୩ଟି ପୂଜାକୁ ଧୂମଧାମରେ ପାଳନ କରାଯାଇଥାଏ । ରାମନବମୀ , ବିଜୟାଦଶମୀ ଓ ଗୁରୁପୂର୍ଣ୍ଣିମାକୁ ଧୂମଧାମରେ ପାଳନ କରାଯାଇଥାଏ । ଏହି ଅବସରରେ ଦେଶ ବିଦେଶରୁ ବହୁ ଭକ୍ତଙ୍କ ଭିଡ ମଧ୍ୟ ଜମିଥାଏ । ଭକ୍ତଙ୍କ ଭିଡକୁ ଦେଖିଲେ ସେହି ଅନୁଯାୟୀ ଦାନ ପରିମାଣ ମଧ୍ୟ ବଢିଥାଏ । ଶିରିଡିର ସାଇ ବାବାଙ୍କ ମନ୍ଦିର ଅନ୍ୟ ଦିନମାନଙ୍କରେ ରାତିରେ ବନ୍ଦ ରହିଥାଏ । କିନ୍ତୁ ଗୁରୁପୂର୍ଣ୍ଣିମା ଦିନ ମନ୍ଦିର ୨୪ ଘଂଟା ଖୋଲା ରହିଥିଲା ।