ବିରାଟଙ୍କ ବଡ ରେକର୍ଡ ! ୨୭ ବର୍ଷ ପରେ ଇତିହାସ ରଚିଲେ କ୍ୟାପଟେନ କୋହଲି

50

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ତଥା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହାସହ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଦିନିକିଆ ମାନ୍ୟତାରେ ୯୦୯ ପଏଣ୍ଟ ହାସଲ କରି ଇତିହାସ ରଚିଛନ୍ତି ବିରାଟ । ଏହାସହ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ପରେ ଉଭୟ ଦିନିକିଆ ଓ ଟେଷ୍ଟ ମାନ୍ୟତାରେ ୯୦୦ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ବ୍ୟାଟସମ୍ୟାନ ଏଭଳି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି କୋହଲି । ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୬ଟି ମ୍ୟାଚରୁ ମୋଟ ୫୫୮ ରନ କରିଥିଲେ । ଯାହାର ପୁରସ୍କାର ବିରାଟଙ୍କୁ ଏବେ ମିଳିଛି । ଏହି ସିରିଜରେ ସେ ୩ ଶତକ ହାସଲ କରିଥିଲେ ।

ମଙ୍ଗଳବାର ଆଇସିସିି ପକ୍ଷରୁ ଜାରି ହୋଇଥିବା ଦିନିକଆ ମାନ୍ୟତାରେ କୋହଲି ୩୩ ରେଟିଂ ପଏଣ୍ଟ ହାସଲ କରିବା ସହ ନମ୍ବର ୱାନ ସ୍ଥାନକୁ ଆହୁରି ସୁରକ୍ଷିତ କରିଛନ୍ତି । ବିରାଟଙ୍କ ଏହି ରେଟିଂ ଅଷ୍ଟ୍ରେଲିଆର ଡିନ ଜୋନ୍ସଙ୍କ ପରେ ସର୍ବାଧିକ ଅଟେ । ୧୯୯୧ରେ ଜୋନ୍ସ ୯୧୮ ରେଟିଂ ପଏଣ୍ଟ ହାସଲ କରିଥିଲେ । ଏହି ରେଟିଂ ହାସଲ କରିବା ସହ ସର୍ବାଧିକ ରେଟିଂ ପଏଣ୍ଟ ହାସଲ କରିବାରେ ବିରାଟ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଏହି ଲିଷ୍ଟରେ ୱେଷ୍ଟଇଣ୍ଡିଜର ଭିଭିଆନ ରିଚାଡର୍ସ ମୋଟ ୯୩୫ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି ।