ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଭାଙ୍ଗିଲେ ନିଜ ରେକର୍ଡ । ୧୧ ଦଶମିକ ୨୨ ସେକେଣ୍ଡରେ ଅତିକ୍ରମ କଲେ ୧୦୦ ମିଟର, ଜାତୀୟ ଆଥ୍ଲେଟିକ୍ ଚାମ୍ପିୟନସିପ୍ରେ ଦୂତିଙ୍କୁ ସ୍ୱର୍ଣ୍ଣ

747

କନକ ବ୍ୟୁରୋ : ନିଜ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । ୧୦୦ ମିଟର ଦୌଡ଼କୁ ମାତ୍ର ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ଏହି ରେକର୍ଡ ହାସଲ କରିଛନ୍ତି ଓଡ଼ିଆ ଧାବିକା । ରାଂଚିରେ ଅନୁଷ୍ଠିତ ୫୯ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନସିପ୍ ପ୍ରତିଯୋଗୀତାରେ ଏହି ସଫଳତା ପାଇଛନ୍ତି ଦୂତୀ । ଦେଶର ଦ୍ରୁତତମ ଧାବିକା ଭାବେ ନୂଆ ରେକର୍ଡ ସ୍ଥାପନ କରିବା ସହ ଜାତୀୟ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ଦୂତୀ ।

source :Wikipedia

ସେହିପରି ଓଡ଼ିଆ ଧାବକ ଅମିୟ ମଲ୍ଲିକଙ୍କୁ ମଧ୍ୟ ପୁରୁଷ ବିଭାଗ ୧୦୦ ମିଟର ଦୌଡ଼ରେ ବିରଳ ସଫଳତା ମିଳିଛି । ଜାତୀୟ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ଅମିୟ । ୧୦୦ ମିଟର ଦୌଡ଼କୁ ୧୦.୪୬ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି ଅମିୟ ମଲ୍ଲିକ । ଚଳିତ ସିଜିନରେ ସଂଘର୍ଷ କରୁଥିବା ଅମିୟ ମଲ୍ଲିକ ପୁଣି ଥରେ ନିଜ ଲୟକୁ ଫେରିଛନ୍ତି । ସେହିପରି ଓଡ଼ିଆ ଧାବିକା ଯଉନା ମୁର୍ମୁ ୪୦୦ ମିଟର ବାଧା ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।