କଙ୍ଗାରୁ ପିଚରେ ରିଷଭ ପନ୍ଥଙ୍କ କମାଲ୍ ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରଚିଲେ ନୂଆ ଇତିହାସ ।

703

ଅଷ୍ଟ୍ରେଲିଆ ମାଟିରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଚାଲିଛନ୍ତି ଭାରତୀୟ କ୍ରିକେଟ୍ ଦଳର ୨୧ ବର୍ଷୀୟ ଯୁବ ୱିକେଟ୍ କିପର ରିଷଭ ପନ୍ଥ । ମେଲବର୍ଣ୍ଣ ଟେଷ୍ଟର ୪ର୍ଥ ଦିନରେ ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନଙ୍କ କ୍ୟାଚ ନେଇ ରିଷଭ ବଡ଼ ଧରଣର ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି। ଋଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାରେ ଓ୍ଵିକେଟ୍ ପଛରେ ମୋଟ ୧୯ଟି କ୍ୟାଚ୍ ନେଇଛନ୍ତି।

ଗୋଟିଏ ଟେଷ୍ଟରେ ସର୍ବାଧିକ କ୍ୟାଚ ନେଇଥିବା ଭାରତୀୟ ଓ୍ଵିକେଟକିପର :
-ଋଷଭ ପନ୍ତ: ୧୯ କ୍ୟାଚ, ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ
-ସୟଦ କିରମାନି: ୧୭ କ୍ୟାଚ (୧୯, ୨ ଷ୍ଟମ୍ପିଂଗ), ୧୯୭୯/୮୦ରେ ପାକିସ୍ତାନ ବିପକ୍ଷରେ
-ମହେନ୍ଦ୍ର ସିଂହ ଧୋନି: ୧୭ କ୍ୟାଚ, ୨୦୧୪ରେ ଇଂଲଣ୍ଡ ବିପକ୍ଷରେ
-ମହେନ୍ଦ୍ର ସିଂହ ଧୋନି:୧୩ କ୍ୟାଚ (୧୭,୪ ଷ୍ଟମ୍ପିଂଗ) ୨୦୦୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ
-ନରେନ ତାହ୍ମାଣେ: ୧୨ କ୍ୟାଚ (୧୯, ୭ଷ୍ଟମ୍ପିଂଗ) ୧୯୫୪/୫୫ରେ ପାକିସ୍ତାନ ବିପକ୍ଷରେ

ଏଥି ସଫଳତାର ସହିତ ଋଷଭ ପନ୍ତ ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ କ୍ୟାଚ ନେଇ ୧ ନମ୍ବର ଓ୍ଵିକେଟକିପର ଭାବରେ ପରିଚୟ କରିପାରିଛନ୍ତି। ଋଷଭ ପନ୍ତଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ଓ୍ଵିକେଟକିପର ସୟଦ କିରମାନି ଏବଂ ମହେନ୍ଦ୍ର ସିଂହ ଧୋନି କରିଥିଲେ। କିରମାନି ଏବଂ ଧୋନି ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ୧୭-୧୭ କ୍ୟାଚ ଧରିଥିଲେ।