ରାଜ୍ୟରେ ଆଉ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ: ଗଂଜାମରେ ସର୍ବାଧିକ ୪୨ ପଜିଟିଭ; ନୂଆ ସଂକ୍ରମିତଙ୍କ ଭିତରୁ ୫୦ଜଣ ସୁରତ ଫେରନ୍ତା; ସଂଗରୋଧରେ ଥିଲେ ସମସ୍ତ ଆକ୍ରାନ୍ତ

ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

935

କନକ ବ୍ୟୁରୋ: ରାଜ୍ୟରେ ଥମିବାର ନା ଧରୁନି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଚିନ୍ତା ମଧ୍ୟ ବଢିଚାଲିଛି । ଗତକାଲି ଗୋଟିଏ ଦିନରେ ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ପୁଣି ୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା  ୭୩ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଂଜାମ, ଯାଜପୁର, ଭଦ୍ରକ, ସୁନ୍ଦରଗଡ ଏବଂ ଖୋର୍ଧା ଜିଲ୍ଲାର ବୋଲି ସ୍ପଷ୍ଟ କରିଛନ୍ତି ସରକାର । ଏଥି ସହ ଚିହ୍ନଟ ୭୩ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୪୨ ପଜିଟିଭ  ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି । ତେବେ ଏହାକୁ ମିଶାଇ ଜିଲ୍ଲାରେ  ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୨ରେ ପହଂଚିଥିବା ବେଳେ ମାତ୍ରା ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ସେହିପରି ୨୪୯ ଜଣ ସଂକ୍ରିମତ ହୋି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିଭଳି ଆଜି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୫ କରୋନା ସଂକ୍ରମିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଆଜିର ୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ୯ ଜଣ କରୋନା ସଂକ୍ରମିତ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ଭିତରୁ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଜଣ ଆକ୍ରାନ୍ତ ଚିକିତ୍ସତ ହେଉଛନ୍ତି ।

 ଅନ୍ୟପଟେ ଖୋର୍ଧା ଜିଲ୍ଲାକୁ ପୁଣି ଫେରିଛି କରୋନା । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତ ହେଉଛନ୍ତି ଖୋର୍ଧାର । ତେବେ ଏହାକୁ ମିଶାଇ ଖୋର୍ଧାର ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି । ସେହିଭଳି ସୁନ୍ଦରଗଡରୁ ମଧ୍ୟ ଆଜି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ରେ ପହଂଚିଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା  ୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଆକ୍ରାନ୍ତ ସୁରତ ଫେରନ୍ତା  । ତେବେ ଭଦ୍ରକର ୯ ଆକ୍ରାନ୍ତ କ୍ବାରେଣ୍ଟିନ୍ କେନ୍ଦ୍ରରୁ ଥିଲେ । ଏହି ୯ ଆକ୍ରାନ୍ତଙ୍କ ମଧ୍ୟରୁ ୫ ସୁରତ୍ , ୩ ପ.ବଙ୍ଗ ଏବଂ ଜଣେ କର୍ଣ୍ଣାଟକ ଫେରନ୍ତା। ସେହିଭଳି ଯାଜପୁରର ୧୭ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସଙ୍ଗରୋଧରେ ଅଛନ୍ତି। ସୁନ୍ଦରଗଡ଼ ୨ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନର ।