ସାବାଡ ହେବ ଚୀନ୍! ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ତୃତୀୟ ନୌସେନା ବେସ୍ ଖୋଲିବ ଭାରତ

189

ହିନ୍ଦ ମହାସାଗରରେ ଲଗାତାର ଚୀନର ଦବାଦବା ବଢୁଥିବା ବେଳେ ଏହାର ଜବାବ ଦେବାକୁ ଏବେ ଅଣ୍ଟା ଭିଡିଛି ଭାରତ । ଏହିକ୍ରମରେ ଆଣ୍ଡାମାନ-ନିକୋବର ଦ୍ୱୀପରେ ଭାରତ ନିଜର ତୃତୀୟ ନୌସେନା ବେସ୍ ଖୋଲିବାକୁ ଯାଉଛି । ଏହାର ନାଁ ଆଇଏନଏସ କୋହାସା ରଖାଯାଇଛି । ଏଠାରେ ଭାରତ ନାଁ କେବଳ ଯୁଦ୍ଧପୋତ ନିୟୋଜିତ କରି ବରଂ ବୁଡା ଜାହାଜ ଓ ଯୁଦ୍ଧ ବିମାନକୁ ମଧ୍ୟ ନିୟୋଜିତ କରିବାକୁ ଯାଉଛି ।

ଏହାଦ୍ୱାରା ହିନ୍ଦ ମହାସାଗରରେ ଚୀନର ପ୍ରତିଟି ଗିତିବିଧି ଉପରେ ନଜର ରଖିପାରିବ ଭାରତ । ସୈନ୍ୟ ଅଧିକାରୀଙ୍କ ମୁତାବିକ, କୋହାସା ନୌସେନା ବେସରେ ୧ ହଜାର ମିଟର ଲମ୍ବା ଏକ ରନୱେ ରହିବ । ଯାହାକୁ ଆଗାମୀ ସମୟରେ ୩ ହଜାର ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଯାହାଦ୍ୱାରା ଯୁଦ୍ଧ ବିମାନ ଗୁଡିକ ବେଶ ସହଜରେ ଏଠାରେ ଅବତରଣ କରିପାରିବ ।

କୋହାସା ବେସ୍ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ଠାରୁ ପାଖାପାଖି ୩୦୦ କିଲୋମିଟର ଦୂର ମଲକ୍କାର ପ୍ରବେଶ ମାର୍ଗରେ ଅବସ୍ଥିତ ।ଏହା ସେହି ସ୍ଥାନ ଯେଉଁ ବାଟେ ପ୍ରତିବର୍ଷ ୭୦ ହଜାର ଜାହାଜ ଯାତାୟତ କରିଥାଏ । ଏହାକୁ ନେଇ ପୂର୍ବ ନୌସେନା ଅଧିକାରୀ ଅନିଲ ଜୟ କହିଛନ୍ତି, ହିନ୍ଦ ମହାସାଗରରେ ଚୀନ ଯେଉଁ ବଡଭାଇପଣିଆ ଦେଖାଉଛି ତାହାର ଜବାବ ଦେବାକୁ ଭାରତକୁ ଏବେଠୁ ପ୍ରସ୍ତୁତ ହେବା ଆବଶ୍ୟକ । ଏହି କାରଣରୁ ଭାରତ ଏଠାରେ ନୌସେନା ବେସ ନିର୍ମାଣ କରିଛି ଯାହାଦ୍ୱାରା ହିନ୍ଦ ମହାସାଗରର ବଡ ଅଞ୍ଚଳ ଉପରେ ନଜର ରଖିପାରିବ ଭାରତ ।

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଚୀନର ପ୍ରତିଟି ଗତିବିଧି ଉପରେ ସର୍ତକ ଦୃଷ୍ଟି ରଖିଛି ଭାରତ । କାରଣ ୨୦୧୪ରେ ଚୀନର ବୁଡାଜାହାଜ ଗୁଡିକ ଶ୍ରୀଲଙ୍କାର କଲମ୍ବୋ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମୋଦି ସରକାର ଶ୍ରୀଲଙ୍କା ସରକାରଙ୍କୁ ଏ ବାବଦରେ ଅବଗତ କରାଇଥିଲେ । ଗତ କିଛି ବର୍ଷ ଧରି ଚୀନ ଭାରତର ମିତ୍ର ରାଷ୍ଟ୍ର ସହ ବନ୍ଧୁତା କରି ଆସୁଥିବାର ଦେଖିବାକୁ ମିଳୁଛି । ଏପରିକି ସେହି ରାଷ୍ଟ୍ର ଗୁଡିକୁ ଭାରତ ବିରୋଧରେ ଉସକାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଆଉ ଏଭଳି ସମୟରେ ଚୀନର ଚାଲାକିକୁ ବିଭିନ୍ନ ଉପାୟରେ କାଉଣ୍ଟର କରିବାକୁ ଯୋଜନା କରୁଛି ଭାରତ । ଯେପରି ଏହି ରାଷ୍ଟ୍ର ଗୁଡିକ ସହ ସର୍ମ୍ପକ ଖରାପ ନ ହୁଏ ତାହା ଉପରେ ଦୃଷ୍ଟି ରଖିଛି ଭାରତ ।