ବଦଳିଲା କେନ୍ଦ୍ର କ୍ୟାବିନେଟର ରୂପରେଖ ! ପଢ଼ନ୍ତୁ କାହାକୁ ମିଳିଲା କେଉଁ ବିଭାଗ

52

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ରୂପରେଖ ବଦଳିବା ପରେ ଅଭିଜ୍ଞ ନେତାଙ୍କୁ ମିଳିଛି ଗୁରୁତ୍ୱପୁର୍ଣ୍ଣ ବିଭାଗ । ପ୍ରାୟ ସମସ୍ତ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ନଜର ପକାନ୍ତୁ କାହାକୁ ମିଳିଲା କେଉଁ ବିଭାଗ ।

କ୍ୟାବିନେଟ୍ ମନ୍ତ୍ରୀ

୧. ଧର୍ମେନ୍ଦ୍ର ପ୍ରଧାନ- ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ବିଭାଗ
୨. ପିୟୁଷ ଗୋୟଲ- ରେଳ ବିଭାଗ
୩. ନିର୍ମଳା ସୀତାରମଣ- ପ୍ରତିରକ୍ଷା ବିଭାଗ
୪. ମୁଖତାର ଆବାସ ନକଭୀ- ସଂଖ୍ୟାଲଘୁ ମନ୍ତ୍ରଣାଳୟ
୫. ସୁରେଶ ପ୍ରଭୂ- ବାଣିଜ୍ୟ ବିଭାଗ
୬. ସ୍ମୃତି ଈରାନୀ- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
୭. ନୀତିନ ଗଡକାରୀ- ଜଳସଂପଦ ମନ୍ତ୍ରଣାଳୟ
୮. ଉମା ଭାରତୀ- ପାନୀୟ ଜଳ ଓ ପରିମଳ ବିଭାଗ

ରାଷ୍ଟ୍ରମନ୍ତ୍ରୀ

୧. ଶିବପ୍ରତାପ ଶୁକ୍ଳା- ଅର୍ଥ ରାଷ୍ଟ୍ରମନ୍ତ୍ରୀ
୨. ଅଶ୍ୱିନୀ କୁମାର ଚୌବେ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୩. ବିରେନ୍ଦ୍ର କୁମାର- ମହିଳା ଓ ଶିଶୁବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ
୪. ଅନନ୍ତ କୁମାର ହେଗଡେ- ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ
୫. ରାଜକୁମାର ସିଂ- ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ୱ)
୬. ହରଦୀପ ସିଂ ପୁରୀ- ଗୃହ ଏବଂ ସହରୀ ବିକାଶ ମନ୍ତ୍ରଣାଳୟ (ସ୍ୱାଧୀନ)
୭. ଗଜେନ୍ଦ୍ର ସିଂ ଶେଖାୟତ- କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ
୮. ସତ୍ୟପାଲ ସିଂ- ମାନବସମ୍ବଳ ବିଭାଗ
୯. ଅଲଫୋସ କନ୍ନାଥନନ- ପର୍ଯ୍ୟଟନ ବିଭାଗ (ସ୍ୱାଧୀନ ଦାୟିତ୍ୱ)

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୪ପି ଫର୍ମୁଲା ବିନିଯୋଗ ହୋଇଛି । ଅର୍ଥାତ ପ୍ୟାସନ, ପ୍ରୋଫିସିଏନ୍ସି, ପ୍ରଫେସନାଲ ଏକ୍ୟୁମେନ ଓ ପଲିଟିକାଲ ଏକ୍ୟୁମେନ । ମାନେ କାମ କରିବାର ଇଚ୍ଛା ଠୁ ନେଇ ଅଭିଜ୍ଞତା ଓ ରାଜନୈତିକ ନିପୁଣତା ପର୍ଯ୍ୟନ୍ତ ସବୁକୁ ନଜର ରଖାଯାଇଛି ।

ନିର୍ମଳା ସୀତାରମଣ : ନିର୍ମଳା ସୀତାରମଣଙ୍କୁ ପ୍ରତିରକ୍ଷା ବିଭାଗ ଦେଇ ଦେଶକୁ ଦ୍ୱିତୀୟ ମହିଳା ପ୍ରତିରକ୍ଷା ବିଭାଗ ଦିଆଯାଇଛି । ଇନ୍ଦିରା ଗାନ୍ଧୀ ଏହି ବିଭାଗକୁ ଦୁଇଥର ସମ୍ଭାଳିଛନ୍ତିି । କିନ୍ତୁ ଇନ୍ଦିରାଙ୍କ ପରେ ଏହି ବିଭାଗର ଦାୟିତ୍ୱ କୌଣସି ମହିଳା ନେତ୍ରୀଙ୍କୁ ମିଳିନଥିଲା । ତେଣୁ ନିର୍ମଳା ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ପାଇବାର ଗୌରବ ଅର୍ଜନ କରିଛନ୍ତି ।

ତେବେ କେବଳ ଭାରତ ନୁହେଁ ଅନ୍ୟଦେଶମାନଙ୍କରେ ମଧ୍ୟ ମହିଳାଙ୍କୁ ମିଳିଛି ପ୍ରତିରକ୍ଷା ବିଭାଗ । ୧୯୬୦ରେ ଶ୍ରୀଲଙ୍କାର ଶୀମାୱ ଭଣ୍ଡାରନାୟକୋଙ୍କୁ ମିଳିଥିଲା ଦେଶ ସୁରକ୍ଷାର ଦାୟିତ୍ୱ । ଏହାଙ୍କ ଠାରୁ ହିଁ ଆରମ୍ଭ ହୋଇଥିଲା ପ୍ରତିରକ୍ଷା ବିଭାଗରେ ମହିଳା ମନ୍ତ୍ରୀଙ୍କ ନୂଆ ଅଧ୍ୟାୟ । ପରେ ଭାରତରେ ୧୯୮୦ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବି ପ୍ରତିରକ୍ଷା ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନର ସମୟରେ ମଧ୍ୟ ଫ୍ରାନ୍ସ, ଇଙ୍କାଲୀ, ଜର୍ମାନୀ ଓ ଅଷ୍ଟ୍ରେଲିଆ ସମେତ ୧୫ଟି ଦେଶର ପ୍ରତିରକ୍ଷା ବିଭାଗରେ ମହିଳା ମନ୍ତ୍ରୀ ରହିଛନ୍ତିି ।

ସୁରେଶ ପ୍ରଭୁ : ସେହିପରି ରେଳ ବିଭାଗରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ସୁରେଶ ପ୍ରଭୁଙ୍କୁ ନୂଆ ବିଭାଗ ମିଳିଛି । ଏଣିକି ବାଣିଜ୍ୟ ବିଭାଗ ସମ୍ଭାଳିବେ ପ୍ରଭୂ । ବାରମ୍ବାର ରେଳ ଦୁର୍ଘଟଣା ଘଟିବା ପରେ ରେଳ ବିଭାଗରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ସୁରେଶ । କିନ୍ତୁ ତାଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲା । ଅ।।ଜି ତାଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି ।

ପିୟୁଷ ଗୋୟଲ : ପିୟୁଷ ଗୋୟଲଙ୍କୁ ରେଳ ବିଭାଗ ମିଳିଛି । ସୁରେଶ ପ୍ରଭୁଙ୍କ ସ୍ଥାନରେ ପିୟୁଷ ରେଳ ବିଭାଗ ଦାୟିତ୍ୱରେ ରହିଲେ । ତେବେ ତାଙ୍କ ପାଖରେ ପୂର୍ବ ପରି କୋଇଲା ମନ୍ତ୍ରାଳୟ ବି ରହିବ ।

ସ୍ମୃତି ଈରାନୀ : ଅନ୍ୟପଟେ ସ୍ମୃତି ଈରାନୀଙ୍କ ପାଖରେ ମଧ୍ୟ ଦୁଇଟି ବିଭାଗ ରହିବ । ନୂଆକରି ମିଳିଥିବା ସୂଚନା ଓ ପ୍ରସାରଣ ବିଭାଗ ସହ ପୂର୍ବରୁ ଥିବା ବୟନ ଶିଳ୍ପ ବିଭାଗ ମଧ୍ୟ ରହିବ ତାଙ୍କ ପାଖରେ । ଉମା ଭାରତୀଙ୍କ ପାଖରୁ ଜଳସଂପଦ ବିଭାଗ କାଢ଼ି ନିଆଯାଇ ନିତୀନ ଗଡକାରୀଙ୍କୁ ଦିଆଯାଇଛି । ସଡକ ପରିବହନ ସହ ତାଙ୍କ ପାଖରେ ଏହି ବିଭାଗ ରହିବ ।

ଉମାଭାରତୀ : ଉମାଭାରତୀଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଆଗକୁ ନେବା ପାଇଁ ଉମାଙ୍କୁ ଦାୟିତ୍ୱ ଦିଆଯାଇଛି । ଉମା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ହରଦୀପ ପୁରୀଙ୍କୁ ସହରୀ ବିକାଶ ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱ ଦିଆଯାଇଛି ।

ଧର୍ମେନ୍ଦ୍ର ପ୍ରଧାନ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଦୁଇଟି ବିଭାଗ ମିଳିଛି । ପୂର୍ବରୁ ତାଙ୍କ ପାଖରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଥିବା ବେଳେ ଏବେ ତାଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ତେବେ ଆଗକୁ ଏହି ନୂଆ ମନ୍ତ୍ରୀମାନେ ନିଜ ବିଭାଗର ଦାୟିତ୍ୱ କିଭଳି ତୁଲାଉଛନ୍ତି ତାହା ଦେଖିବାର କଥା ।