ଭାଗଚାଷୀଙ୍କୁ ମିଳିବ ହକ୍ : ଅଧିକାର ପାଇଁ ଆସିବ ନୂଆ ଆଇନ

34

କନକ ବ୍ୟୁରୋ : ଭାଗଚାଷୀଙ୍କ ପାଇଁ ଆସିବ ନୂଆ ଆଇନ । ଭାଗଚାଷୀଙ୍କ ଅଧିକାର ପାଇଁ ନୂଆ ଆଇନ ପ୍ରଣୟନ ନେଇ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ବସିଛି । ଏହି ବୈଠକରେ ଏନେଇ ଆଲୋଚନା କରାଯାଉଛି । ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ୬ଟି ବିଭାଗର ମନ୍ତ୍ରୀ ସାମିଲ ହୋଇଛନ୍ତି । କମିଟିରେ କୃଷି ,ସମବାୟ, ଆଇନ, ପଂଚାରାଜ ଓ ଏସିଏସଟି ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଭାଗଚାଷୀଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଭାଗଚାଷୀମାନେ ପ୍ରକୃତ ଚାଷ କରୁଥିଲେ ମଧ୍ୟ ସେମାନଙ୍କୁ କୈାଣସି ସରକାରୀ ସୁବିଧା ମିଳୁନାହିଁ । ସେଥିପାଇଁ ଭାଗଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ଚିନ୍ତା କରୁଛନ୍ତି ସରକାର ।

ଦୀର୍ଘ ଦିନର ଦାବି ପରେ ଭାଗଚାଷୀଙ୍କ ପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଫଳରେ ପ୍ରକୃତ ଚାଷୀ ତାଙ୍କର ଅଧିକାର ପାଇବାର ସମ୍ଭାବନା ଦେଖାଦେଇଛି । ପ୍ରଚଳିତ ନିୟମ ଅନୁସାରେ ସମସ୍ତ ସରକାରୀ ସୁବିଧା ଜମି ମାଲିକଙ୍କୁ ମିଳୁଥିଲା । ମରୁଡି,ବନ୍ୟା , ଋଣ ଆଦି କ୍ଷେତ୍ରରେ ସରକାରୀ ସୁବିଧା ଜମି ମାଲିକଙ୍କୁ ମିଳୁଥିଲା । ଆଇନର ଏହି ବ୍ୟବସ୍ଥା କାରଣରୁ ଜମିରେ ଚାଷ କରୁଥିବା ପ୍ରକୃତ ଚାଷୀକୁ ଏହି ସୁବିଧା ମିଳିପାରୁନଥିଲା । ଫଳରେ ପ୍ରକୃତ ଚାଷୀ ଓ ନାମମାତ୍ର ଚାଷୀ ମଧ୍ୟରେ ଏକ ବଡ ଧରଣର ପାର୍ଥକ୍ୟ ରହିଛି । ଆଜି ଭାଗଚାଷୀଙ୍କ ଅଧିକାର ପାଇଁ ନୂଆ ଆଇନ ପ୍ରଣୟନ ନେଇ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ବସିଛି । ଏହି ବୈଠକରେ ଏନେଇ ଆଲୋଚନା କରାଯାଇଛି । ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ୬ଟି ବିଭାଗର ମନ୍ତ୍ରୀ ସାମିଲ ହୋଇଛନ୍ତି । କମିଟିରେ କୃଷି ,ସମବାୟ, ଆଇନ, ପଂଚାୟତିରାଜ ଓ ଏସିଏସଟି ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।