ରାଜ୍ୟ ରାଜନୀତିରେ ନୂଆ ସମୀକରଣ ! ଧର୍ମେନ୍ଦ୍ର କହିଲେ, ବିଜେଡି ଓ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାକୁ ନୂଆ ରାଜନୈତିକ ଶକ୍ତିକୁ ସମର୍ଥନ ଦେବ ବିଜେପି ।

47

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ସଂକେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ବିଦ୍ରୋହୀକୁ ସମର୍ଥନ ଦେବା ନେଇ ସେ ଇସାରା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ବିଜେଡି ଓ କଂଗ୍ରେସ ବିରୋଧରେ ସବୁ ଶକ୍ତିକୁ ଏକାଠି କରାଯିବ ଓ ଏହାର ନେତୃତ୍ୱ ଦେବ ବିଜେପି ।

ରାଜ୍ୟରେ ନୂଆ ଦଳ ଗଠନ ସମ୍ପର୍କରେ ଚର୍ଚ୍ଚା ହେଉଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି ବୟାନ ରଖିଛନ୍ତି । ସେ କହିଛନ୍ତି, ବିଜେଡି-କଂଗ୍ରେସ ବିରୋଧରେ ଏକାଠି ହେଉଥିବା ଶକ୍ତିକୁ ସମର୍ଥନ କରିବ ବିଜେପି । ବିଜେଡିରୁ ଡାକ୍ତର ଦାମ ରାଉତ ବହିଷ୍କାର ହେବା ପରେ ବୈଜୟନ୍ତଙ୍କ ସମେତ ନବୀନ ବିରୋଧୀମାନେ ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟ ରାଜନୈତିକ ମାହୋଲକୁ ଉଷୁମ କରିଦେଇଛି ।