ଚୀନ ଓ ପାକିସ୍ତାନ ସାବଧାନ ! ଭାରତ ହାତରେ ନୂଆ ବ୍ରହ୍ମାସ୍ତ୍ର, ଶତ୍ରୁର ଡ଼୍ରୋନକୁ ଠାବ କରିବା ସହ ଧ୍ୱଂସ କରିବାକୁ ଭାରତ ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ ଡିଭାଇସ୍

36

ଶତ୍ରୁ ଡ୍ରୋନକୁ ଠାବ କରିବ, ଗତିବିଧି ସ୍ଥିର କରିବ ଓ ଶେଷକୁ ଧ୍ୱଂସ କରିବ ଭାରତର ନୁଆ ଡ୍ରୋନ୍ । ଏ ନେଇ ସ୍ୱଦେଶୀ କୌଶଳରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଉପକରଣ ତିଆରି କରିଛି ଭାରତ । ବେଙ୍ଗାଲୁରୁରେ ଏହା ପ୍ରଦର୍ଶିତ ହୋଇଥିବା ବେଳେ ଆଗକୁ ସୁରକ୍ଷା ବାହିନୀରେ ସାମିଲ୍ ହେବାନେଇ ରାସ୍ତା ଫିଟିଛି ।

ଶତ୍ରୁ ଡ୍ରୋନକୁ ଟାର୍ଗେଟ୍ କରିବା ମିସନରେ ଭାରତକୁ ବଡ଼ ସଫଳତା । ପ୍ରତିରକ୍ଷା ସହଯୋଗୀ ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡ୍ ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ ଉପକରଣ ଯାହା ଶତ୍ରୁ ପକ୍ଷର ଡ୍ରୋନକୁ ଠାବ କରିବ, ଗତିବିଧି ସ୍ଥିର କରିବ ଓ ଶେଷକୁ ଧ୍ୱଂସ କରିବାରେ ହେବ ସଫଳ । ୨୦୧୫, ୨୦୧୬ ଦିଲ୍ଲୀ ଡ୍ରୋନ୍ ଆକ୍ରମଣ ସମ୍ଭାବନା ଓ ବାୟୁସେନାର ଡ୍ରୋନ୍ ଆକ୍ରମଣର ସତର୍କସୂଚନା ଜାରି ପରେ ଏହି ଉପକରଣ ଯେ କୌଣସି ଆକ୍ରମଣକୁ ପ୍ରତିହତ କରିପାରିବ ବୋଲି କୁହାଯାଉଛି । ଏନେଇ ବିଭିନ୍ନ ସୁରକ୍ଷା ଏଜେନ୍ସି ଗୁଡ଼ିକୁ କମ୍ପାନୀ ପକ୍ଷରୁ ପରୀକ୍ଷଣ ପାଇଁ ଅନୁରୋଧ କରାଯାଇଛି । ଜନବହୁଳ ଇଲାକାରେ ଏହି ଉପକରଣର ଡ୍ରୋନ୍ ହମଲାକୁ ରୋକିପାରିବାର କ୍ଷମତା ଥିବା ବେଳେ ଏଥିରେ ଏକାଧିକ ସ୍ୱତନ୍ତ୍ରତା ରହିଛି ।

ଜାଣନ୍ତୁ ଏଥିରେ କଣ କଣ ରହିଛି ସ୍ୱତନ୍ତ୍ରତା ?
୧. ଏହା ଶତ୍ରୁ ଡ୍ରୋନକୁ ଠାବ କରିବ, ଗତିବିଧି ସ୍ଥିର କରିବ ଓ ଧ୍ୱଂସ କରିପାରିବ ।
୨. ଏବେ ୩ରୁ ୫ କିଲୋମିଟର ରେଂଜ୍ ଥିବା ବେଳେ ଆଗକୁ ରେଂଜ୍ ବୃଦ୍ଧି କରାଯିବ ।
୩. ରାଡାର୍, ବିଦ୍ୟୁତ ଚୁମ୍ବକୀୟ ସେନସର୍ ଜରିଆରେ ଏହା ଆକ୍ରମଣକୁ ରୋକିବ ।
୪. ଜଳବହୁଳ ପୂର୍ଣ୍ଣ ସହରଗୁଡ଼ିକରେ ମଧ୍ୟ ଏହାକୁ ମୁତୟନ କରାଯାଇପାରିବ ।
୫. ବାୟୁସେନା ଘାଟି, ବିମାନବନ୍ଦରରେ ଏହା ବିଶେଷ ଉପଯୋଗୀ ହେବ ।

ଦେଶରେ ବଢ଼ିଚାଲିଛି ଆତଙ୍କବାଦୀ ଆକ୍ରମଣ । ସୀମା ବ୍ୟତୀତ ଜନବହୁଳପୂର୍ଣ୍ଣ ସହରଗୁଡ଼ିକୁ ମଧ୍ୟ କରାଯାଉଛି ଟାର୍ଗେଟ୍ । ଡ୍ରୋନ୍ ଆକ୍ରମଣ ମଧ୍ୟ ସୁରକ୍ଷା ଏଜେନ୍ସିଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଏଭଳି ସ୍ଥିତିର ମୁକାବିଲା କରିବ ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡ୍ ଏହି ସ୍ୱଦେଶୀ ଉପକରଣ । ଏହାର ସଫ୍ଟ କିଲ୍ ଅପ୍ସନରେ ଲଗାଯାଇଥିବା ଜାମର୍ ବ୍ୟବସ୍ଥା ପ୍ରତିପକ୍ଷ ଡ୍ରୋନ୍ର ରେଡ଼ିଓ ଫ୍ରିକ୍ୱେନସିର ଗତିରୋଧ କରିବ । ସେହିପରି ଏହାର ହାର୍ଡ କିଲ୍ ଅପ୍ସନରେ ଡ୍ରୋନ୍ ଧ୍ୱଂସ ପାଇଁ ଲେଜର୍ ବ୍ୟବସ୍ଥା ରଖାଯାଇଛି ।