ସେକେଣ୍ଡରେ ମ୍ୟାଲେରିଆ ଚିହ୍ନଟ କରିବ ନୂଆ ୧୦ ଟଙ୍କିଆ କିଟ୍

31

କନକ ବ୍ୟୁରୋ : ମଶା ଦ୍ୱାରା ବ୍ୟାପୁଥିବା ମ୍ୟାଲେରିଆ ଚିହ୍ନଟ କରିବା ସହଜସାଧ୍ୟ ହେବ । ଏବଂ ସେକେଣ୍ଡରେ ମାତ୍ର ୧୦ ଟଂକା ଖର୍ଚ କରି ମ୍ୟାଲେରିଆ ଚିହ୍ନଟ କରାଯାଇପାରିବ ବୋଲି କୋଲକତାର ଦୁଇଟି ପ୍ରତିଷ୍ଠାନର ଗବେଷକମାନେ କହିଛନ୍ତି।
ଶିବପୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂଗ ଆଣ୍ଡ ଟେକ୍ନୋ ଲୋଜି ସହାୟତାରେ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂଗ ଆଣ୍ଡ ମ୍ୟାନେଜମେଂଟର ଗବେଷକ ସ୍ୱଳ୍ପ ମୂଲ୍ୟ ବିଶିଷ୍ଟ ଏକ ମ୍ୟାଲେରିଆ ଚିହ୍ନଟ କିଟ ବାହାର କରିଥିବା ଦାବି କରିଛନ୍ତି । ସାମାନ୍ୟ ପରିବର୍ତନ ପରେ ଏଥିରେ ଡେଙ୍ଗୁ ମଧ୍ୟ ଚିହ୍ନଟ କରାଯାଇପାରିବ ବୋଲି ସେମାନେ କହିଛନ୍ତି।

କେତେକ କେମିକାଲ ଥିବା ଏକ ସ୍ଲାଇଡରେ ଥିବା ରକ୍ତ ନମୁନାର ଫଟୋ ନେବା ନିମନ୍ତେ ବ୍ୟବହାର କରିବାକୁ ଏକ କାଗଜ ଅଣୁବୀକ୍ଷଣ ଯନ୍ତ୍ରରେ ଆମେ ଏକ ମୋବାଇଲ୍ ଫୋନ୍ କ୍ୟାମେରା ଖଞ୍ଜିଛୁ । ଏହି ଡାଟାକୁ ଏକ ସେଣ୍ଟ୍ରାଲ୍ ସର୍ଭରରେ ପ୍ରୋସେସ୍ କରି ମ୍ୟାଲେରିଆ ସେଲ୍ର ଉପସ୍ଥିତି ଚିହ୍ନଟ କରିହେବ ବୋଲି ଆଇଆଇଇଏସ୍ଟି ଆଇଟି ବିଭାଗର ମୁଖ୍ୟ ଡକ୍ଟର୍ ଅରିନ୍ଦମ୍ ବିଶ୍ୱାସ କହିଛନ୍ତି।

 

ମାମୁଲି ଉପକରଣ ମିଶାଇ ଗଢ଼ାଯାଉଥିବା କାଗଜ ଅଣୁବୀକ୍ଷଣ ଯନ୍ତ୍ରକୁ ‘ଫୋଲଡସ୍କୋପ’ କୁହାଯାଏ । ଆଙ୍ଗଠି ଟିପରୁ ବୁନ୍ଦେ ରକ୍ତ ନେଇ ଏହି ୧୦ ଟଙ୍କିଆ ଟେଷ୍ଟ୍ କିଟ୍ରେ ପରୀକ୍ଷା କରାଇ ପାରିବେ। ଏଥିରେ ସଂଯୋଗ ହୋଇଥିବା ରିମୋଟ୍ ଟେଷ୍ଟିଙ୍ଗ୍ ବ୍ୟବସ୍ଥା ଦ୍ୱାରା ମୁହୂର୍ତ୍ତକ ମଧ୍ୟରେ ଫଳାଫଳ ଜାଣିହେବ।ତେବେ ଏହି କିଟ ବଜାରକୁ ଆସିଲେ ଗରିବ ଲୋକମାନ ବିଶେଷ ଭାବେ ଉପକୃତ ହେବେ । ବର୍ତମାନ ବଜାରରେ ମ୍ୟାଲେରିଆର ପରୀକ୍ଷା ବ୍ୟୟବହୁଳ ରହିଛି ।