ବୁରାଡି ଗଣ ଆତ୍ମହତ୍ୟା ଘଟଣା ! ସାମ୍ମାକୁ ଆସିଲା ଅଜ୍ଞାତ ଯୁବତୀଙ୍କ ନାଁ,ମୋକ୍ଷ କ୍ରିୟା ପରେ ମଧ୍ୟ କେମିତି ରହିଗଲେ ଜୀବିତ? 

46

ଯଦି କୁହାଯାଏ ଦିଲ୍ଲୀର ବୁରାଡିଠାରେ ହୋଇଥିବା ଗଣ ଆତ୍ମହତ୍ୟା ଘଟଣା ରହସ୍ୟ ଘେରକୁ ଚାଲିଯାଉଛି ତାହାଲେ କିଛି ଭୁଲ୍ ହେବ ନାହିଁ । ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ଆଖିରୁ ନିଦ ହଜାଇ ଦେଲାଣି । ପ୍ରତିଦିନ ଏହି କେସ୍ ଭିନ୍ନ ମୋଡକୁ ଗତି କରୁଛି । ତେବେ ବର୍ତ୍ତମାନ ପୁଣି ଆଉ ଏକ ରହସ୍ୟରୁ ପରଦା ଉଠୁଛି । ଏହି ଘଟଣାରେ ଜଣେ ଅଜ୍ଞାତ ଯୁବତୀଙ୍କ ନାଁ ସାମ୍ମାକୁ ଆସୁଛି ଏବଂ ପୋଲିସ୍ ଏହି ଯୁବତୀଙ୍କୁ ଖୋଜିବା ପାଇଁ ଅଣ୍ଟା ଭିଡିଛନ୍ତି ।

ରେଜିଷ୍ଟରରେ ଲେଖା ଅଛି ଅଜ୍ଞାତ ଯୁବତୀଙ୍କ ନାଁ ।

ଲଳିତଙ୍କ ଘରୁ ବାହାରିଥିବା ରେଜିଷ୍ଟରରେ ଜଣେ ଅଜ୍ଞାତ ଯୁବତୀଙ୍କ ନାଁ ଲେଖାଥିବାର ପୋଲିସ୍ ବରାମତ କରିଛି । ସୂତ୍ରରୁ ଜଣାପଡିଛି ଯେ ଯୁବତୀ ଜଣକ ହେଉଛନ୍ତି ଲଳିତଙ୍କ ପତ୍ନୀ ଟିନାଙ୍କ ସମ୍ପର୍କୀୟ । ଯୁବତୀଙ୍କ ପରିବାର ଆର୍ôଥକ ସ୍ତରରେ ଦୁର୍ବଳ ଥିବାରୁ ଲଳିତ ଏବଂ ଟିନା ତାଙ୍କୁ ବଟ୍ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚକୁ ସନ୍ଦେହ ଅଛି କି ଯୁବତୀ ଜଣକ ପୂର୍ବରୁ ମଧ୍ୟ ଲଳିତଙ୍କ ଘରକୁ ଆସି ପୂଜାକର୍ମରେ ଲିପ୍ତ ରହୁଥିଲେ । ତେବେ କ୍ରାଇମବ୍ରାଞ୍ଚ୍ ଟିନାଙ୍କ ବାପଘର ଉଦୟପୁର ଯାଇ ଅଧିକ ତଦାରଖ କରୁଛନ୍ତି । ପୋଷ୍ଟମଟମ୍ ରିପୋର୍ଟ ଏଯାଏଁ ଆସିନଥିବା ବେଳେ ମେଡିକାଲ୍ ବୋର୍ଡକୁ ଏଥିପାଇଁ ଶୀଘ୍ର କରିବାକୁ କୁହାଯାଇଛି । ଏହାପରେ ମୃତକଙ୍କ ନମୂନାକୁ ଫରେନସିକ୍ ଲ୍ୟାବ୍ ପଠାଯିବାକୁ ଦିଆଯିବ । ତେବେ ଟିନାଙ୍କ ପରିବାରକୁ ଏନେଇ ପ୍ରଶ୍ନ କରାଯିବାରୁ ସେମାନେ କହିଥିଲେ ଯେ ଜ୍ୱାଇଁ ଲଳିତଙ୍କୁ ତାଙ୍କ ବାପାଙ୍କ ଆତ୍ମା ଆସୁଥିବା କଥା ଟିନା ସମସ୍ତଙ୍କୁ କହିଥିଲେ ଏବଂ ସମସ୍ୟା ହେଲେ ତାଙ୍କ ସ୍ୱାମୀଙ୍କୁ କହି ଏହାର ସମାଧାନ କରିବାକୁ ମଧ୍ୟ କହୁଥିଲେ ।