ଭାରତରେ କମିବ ଗରିବଙ୍କ ସଂଖ୍ୟା ! ୨୦୩୦ ପର୍ଯ୍ୟନ୍ତ ଅତ୍ୟନ୍ତ ଗରିବ ଦେଶ ତାଲିକାରୁ ହଟିବ ଦେଶ

83

କନକ ବ୍ୟୁରୋ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭାଷାରେ ଦାରିଦ୍ର‌୍ୟ ହେଉଛି ସବୁଠାରୁ ଭୟଙ୍କର ହିଂସା । ଭାରତକୁ ପୂର୍ବରୁ ଏକ ଗରିବ ଦେଶ ଭିତରେ ଗଣାଯାଉଥିଲା । ସର୍ବାଧିକ ଗରିବ ଥିବା ପ୍ରଥମ ଦଶଟି ଦେଶ ତାଲିକାରେ ସାମିଲ ଥିଲା ଦେଶ । କିନ୍ତୁ ଏବେ ଭାରତ ମୁଁଣ୍ଡରୁ ଖୁବ ଶୀଘ୍ର ଏହି କଳଙ୍କ ହଟିଯିବ । ସବୁଠାରୁ ବଡ କଥା ହେଉଛି ପ୍ରତି ଏକ ମିନିଟରେ ୪୪ ଜଣ ଭାରତୀୟ ଗରିବି ସୀମାରେଖାରୁ ବାହାରି ସାଧାରଣ ଜୀବନପଥରେ ଅଗ୍ରସର ହେଉଛନ୍ତି ବୋଲି କିଛି ଦିନ ପୂର୍ବରୁ ୱାଲ୍ଡ ବ୍ୟାଙ୍କ୍ କିଛି ଦିନ ପୂର୍ବରୁ ରିପୋର୍ଟ ଦେଇଥିଲା ।

ତେବେ ନିକଟରେ ଏକ ଡାଟା ଅନୁସାରେ ଭାରତରେ ଖୁବ ଶୀଘ୍ର ଗରିବଙ୍କ ସଂଖ୍ୟା କମିଯିବ । ତେବେ ଏଥି ସମ୍ମନ୍ଧିତ ଶେଷ ଡାଟା ୮ ବର୍ଷ ପୁରୁଣା । ୨୦୧୧ ରେ ପାଖାପାଖି ୨୬ କୋଟି ୮୦ ଲକ୍ଷ ଲୋକ ପ୍ରତିଦିନ ୧୩୪ ଟଙ୍କାରେ ଗୁଜୁରାଣ ମେଂଟାଉଥିଲେ । ଯାହା ୱାଲ୍ଡ ବ୍ୟାଙ୍କ୍ ମୁତାବକ ଗରିବି ସ୍ତର ଖୁବ ନିମ୍ନ ସ୍ତରରେ ଥିଲା । ଦାରିଦ୍ର ସମ୍ମନ୍ଧିତ ଡାଟା ଆଗାମୀ ଜୁନରେ ଆସିବ ଡାଟା ।  ତେବେ ଆଗମୀ ଡାଟାରେ ଗରିବଙ୍କ ସଂଖ୍ୟା କମ୍ ହୋଇଯିବ ବୋଲି ଆଶା କରାଯାଉଛି । ୨୦୩୦ ପର୍ଯ୍ୟନ୍ତ ଅତ୍ୟନ୍ତ ଗରିବ ଦେଶ ତାଲିକାରୁ ବାହାରି ଯିବ ଭାରତ ।