ଆମେରିକାରେ ଚମକିଲେ ଓଡ଼ିଆ ପୁଅ ଅନୁପମ ! ରିଲିଜ ହେଲା ନୂଆ ମ୍ୟୁଜିକ ଟ୍ରାକ ‘ହଲିଯାଏ ଆମେରିକା’, ଦେଖନ୍ତୁ ଭିଡ଼ିଓ

83

ଆମେରିକାରେ ଶୁଭିଲା ପୁଣି ଏକ ଓଡ଼ିଆ ଗୀତର ଧୂନ । ପ୍ରଥମେ ଜୁମ୍ବୋ ଫମାର୍ଟରେ ସମ୍ବଲପୁରୀ ଟ୍ରାକ ଜାଇଫୁଲ ଗୀତରେ ବିଦେଶିନୀଙ୍କ ପାଦକୁ ଅଧିର କରିଥିବା ଖ୍ୟାତାନାମା କୋରିଓଗ୍ରାଫର ଅନୁପମ ନାୟକ ପୁଣି ଏକ ନୂଆ ଡ୍ୟାନ୍ସିଂ ଟ୍ରାକରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ଏଥର ଟିକିଏ ନିଆରା ଢଙ୍ଗରେ ନିଜର ଜଲୱା ଦେଖାଇଛନ୍ତ ଓଡ଼ିଆ ପୁଅ ଅନୁପମ । ନିଜେ ପ୍ରସ୍ତୁତ କରିଥିବା ଓଡ଼ିଆ ଆଲବମ ‘ହଲିଯାଏ ଆମେରିକା’ରେ ନିଜର ପ୍ରତିଭା ଦେଖାଇଛନ୍ତି ସେ । ଆଉ ନାୟିକା ଭାବେ ଏଥିରେ ତାଙ୍କୁ ସାଥ୍ ଦେଇଛନ୍ତି ପତ୍ନୀ ଅମ୍ରିତା । ଆଲବମଟି ଆମେରିକାର ବୋଷ୍ଟନ ସହରରେ ସୁଟିଂ କରାଯାଇଛି ।

ଦେଖନ୍ତୁ ଭିଡ଼ିଓ :

ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଆଲବମ ଆମେରିକାରେ ରିଲିଜ ହୋଇଛି । ଏହି ଗୀତଟିକୁ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ସଂଗ୍ରାମ । ସେହିପରି ଏହି ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ । ନିଜେ ଅନୁପମ ପ୍ରଥମ ଥର ପାଇଁ ଏହି ଗୀତରେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଥିବା ବେଳେ  ସହକାରୀ ନିଦ୍ଦେର୍ଶକ ଭାବେ ସାନନ୍ଦ ତାଙ୍କୁ ଏଥିରେ ସହଯୋଗ କରିଛନ୍ତି । ଏହି ମ୍ୟୁଜିକ ଭିଡ଼ିଓକୁ ଅନୁପମ ୟୁ-ଟ୍ୟୁବରେ ଅପଲୋଡ କରିବା ପରେ ଦର୍ଶକ ଏହି ଭିଡ଼ିଓକୁ ବେଶ ପସନ୍ଦ କରୁଛନ୍ତି । ଡ୍ୟାନସିଂ କୋରିଓଗ୍ରାଫର ଭାବେ ଅନୁପମ ପୂର୍ବରୁ ଓଡ଼ିଶାରେ ନାଁ କମାଇ ସାରିଥିବା ବେଳେ ଏବେ ଜୁମ୍ବୋ ଫମାର୍ଟରେ ନିଜକୁ ପ୍ରମାଣିତ କରିପାରିଛନ୍ତି ।