ସେହି ସଂପର୍କ ନୂଆ ରୂପ ! ବଜାରକୁ ଆସିବ ନୂଆ ୫୦ ଓ ୨୦ ଟଙ୍କିଆ ନୋଟ୍

38

କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣା ପରେ ବଜାରରେ ଖୁଚୁରା ଅଭାବ । ଏହାକୁ ପୂରଣ କରିବା ଲାଗି ଖୁବଶୀଘ୍ର ନୂଆ ୫୦ ଓ ୨୦ ଟଙ୍କିଆ ନୋଟ ଛାଡିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପୁରୁଣା ରଙ୍ଗ କିନ୍ତୁ ନୂଆ ରୁପରେ ଆସିବ ଏହି ଖୁଚୁରା ନୋଟ । ନକଲ ରୋକିବାକୁ କେତେକ ପରିବର୍ତନ କରିଛି ଆରବିଆଇ । ଆସନ୍ତୁ ଦେଖିବା କେମିତି ରହିବ ଆପଣଙ୍କ ହାତକୁ ଆସିବାକୁ ଥିବା ନୂଆ ୫୦ ଓ ୨୦ ଟଙ୍କିଆ ନୋଟର ନୂଆ ରୁପ ।

vlcsnap-2016-12-04-19h44m05s799ଏହା ହେଉଛି ନୂଆ ୫୦ ଟଙ୍କିଆ ନୋଟ । ନୂଆ ୫୦ ଟଙ୍କିଆ ନୋଟର ନମ୍ବର ପ୍ୟାନେଲରେ କୌଣସି ଇନସଟ୍ ଲେଟର ରହିବ ନାହିଁ । ଯାହାକି ପୁରୁଣା ନୋଟରେ ଦେଖିବାକୁ ମିଳୁଥିଲା । ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ପରି ନୂଆ ୫୦ ଟଙ୍କିଆ ନୋଟରେ ମଧ୍ୟ ନମ୍ବର ପ୍ୟାନେଲ ସାନରୁ ବଡ କ୍ରମରେ ରହିବ । ନୂଆ ନୋଟରେ ନୂଆ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିବ ।

ସେହିପରି ନୋଟ ଛପା ଯାଇଥିବା ବର୍ଷ ଅର୍ଥାତ ୨୦୧୬ଲେଖା ରହିବ ନୋଟର ପଛପଟେ । ଏହାଛଡା ନୂଆ ନୋଟର ଡିଜାଇନ ଓ ସୁରକ୍ଷା ପ୍ରାବଧାନରେ ଆଉ ବିଶେଷ କିଛି ପରିବର୍ତନ କରିନାହିଁ ଆରବିଆଇ । ସେହିପରି ଏହାର ରଙ୍ଗରେ ମଧ୍ୟ ପରିବର୍ତନ କରାଯିବ ନାହିଁ ।

vlcsnap-2016-12-04-19h44m19s434ଏ ହେଉଛି ନୂଆ ୨୦ ଟଙ୍କିଆ ନୋଟର ରୂପ, ରଙ୍ଗ । ନୂଆ ୨୦ ଟଙ୍କିଆ ନୋଟର ନମ୍ବର ପ୍ୟାନେଲରେ ଇଂରାଜୀ ଅକ୍ଷର ଏଲର ଇନସଟ ଲେଟର ରହିବ । ନୂଆ ୫୦ ଟଙ୍କିଆ ପରି ଏଥିରେ ମଧ୍ୟ ନମ୍ବର ପ୍ୟାନେଲ ସାନରୁ ବଡ କ୍ରମରେ ରହିବ ।

ନୂଆ ନୋଟରେ ବର୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିବ । ସେହିପରି ନୋଟର ପଛପଟେ ୨୦୧୬ଲେଖା ରହିବ । ଏହାଛଡା ନୂଆ ନୋଟର ଡିଜାଇନ ଓ ସୁରକ୍ଷା ପ୍ରାବଧାନରେ ବିଶେଷ ପରିବର୍ତନ କରାଯିବ ନାହିଁ । ନୂଆ ନୋଟର ରଙ୍ଗରେ ମଧ୍ୟ ପରିବର୍ତନ କରାଯିବ ନାହିଁ ।

୫୦୦ ଓ ୧୦୦୦ ଟଙ୍କିଆ ନୋଟ ବ୍ୟାନ ହେବାର ସପ୍ତାହକ ଭିତରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ବଜାରକୁ ଛାଡିଥିଲା ଆରବିଆଇ । ତେବେ ପର୍ଯ୍ୟାପ୍ତ ଖୁଚୁରା ଟଙ୍କା ନଥିବାରୁ ନୂଆ ୫୦ ଓ ୨୦ ଟଙ୍କିଆ ନୋଟ ବଜାରକୁ ଛାଡିବାକୁ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଏଥିସହ ପୁରୁଣା ୫୦ ଓ ୨୦ ଟଙ୍କିଆ ନୋଟ ଅଚଳ ହେବନାହିଁ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବପରି ଏଗୁଡିକ ମଧ୍ୟ ବଜାରରେ ଚାଲିବ । ତେବେ ନୂଆନୋଟ କେବେସୁଦ୍ଧା ବଜାରରେ ଉପଲବ୍ଧ ହେବ ସେନେଇ କିଛି ନିର୍ଦ୍ଦିଷ୍ଟ ଘୋଷଣା କରାଯାଇ ନାହିଁ ।