କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ବ୍ରିଜ୍ ! କିନ୍ତୁ ଉଦଘାଟନ୍ ପୂର୍ବରୁ ପୋଲରେ ଫାଟ୍, ବିଜ୍ରର ସ୍ଥାୟିତ୍ୱ ନେଇ ଉଠିଲା ପ୍ରଶ୍ନ ।

1,100
କନକ ବ୍ୟୁରୋ : ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ବାଲେଶ୍ୱର ଜିଲ୍ଲା ସୋର ଲେବଲ କ୍ରସିଂରେ ନିର୍ମାଣ ହୋଇଛି ଲେବଲ କ୍ରସିଂ । ଦୀର୍ଘ ପାଂଚ ବର୍ଷ ଧରି ନିର୍ମାଣ ଚାଲିବା ପରେ ଉଦଘାଟନ ଅପେକ୍ଷାରେ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ନିର୍ମିତ ହୋଇଥିବା ଏହି ବ୍ରିଜ୍ ପାଇଁ ଶହେ କୋଟି ଟଙ୍କା ବ୍ୟୟ ହୋଇଛି । ହେଲେ ନିର୍ମାର ଶେଷ ହେଉ ହେଉ ପୋଲରେ ଫାଟ ଦେଖାଯାଇଛି । ଯାହା ପୋଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଉଦଘାଟନ ପୂର୍ବରୁ ପୋଲରେ ଫାଟ । ବ୍ରିଜର ସ୍ଥାୟିତ୍ୱ ନେଇ ଉଠିଲା ପ୍ରଶ୍ନ । ମାତ୍ର କିଛି ଦିନ ତଳେ ନିର୍ମାଣ ଶେଷ ହୋଇଥିବା ସୋରର ଫ୍ଲାଏଓଭର ବ୍ରିଜର ଅନେକ ସ୍ଥାନ ଫାଟି ଆଁ କରିଛି । ଯେଉଁ ଓଭରବ୍ରିଜକୁ ନେଇ ସୋରବାସୀ ଦୀର୍ଘ ଦିନ ହେବ ସ୍ୱପ୍ନ ଦେଖୁଥିଲେ, ସେଥିରେ ଏକାଧିକ ଫାଟ ଦେଖାଯିବା ଅଂଚଳବାସୀଙ୍କୁ ଚିନ୍ତାରେ ପକାଇଛି । ଏହି ପୋଲର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟଲୋକ ।
ଶହେ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବହୁ ପ୍ରତିକ୍ଷିତ ଓଭରବ୍ରିଜ୍ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାଭାଗିତାରେ ରାଜ୍ୟ ପୂର୍ତ ବିଭାଗ ଅଧୀନରେ ୨୦୧୩, ଡିସେମ୍ବର ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଥିଲା । ସୋରର ସବୁଠାରୁ ବଡ ଦୁଃଖ କୁହାଯାଉଥିବା ଲେବଲ କ୍ରସିଂ ଉପରେ ବର୍ଷବର୍ଷ ଧରି ଆନ୍ଦୋଳନ ପରେ ଏହି ଫ୍ଲାଏଓଭର ନିର୍ମାଣ କରାଯାଇଛି  । ଦୁର୍ଗା ପୂଜା ପୂର୍ବରୁ ପ୍ରାୟତଃ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ ପୋଲ ନିର୍ମାଣରେ କିଛି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମତାମତ

Your email address will not be published.