୫ଟି ଦାନ୍ତ ସହ ଜନ୍ମ ନେଲା ଶିଶୁ । ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ, ଲୋକ କହିଲେ ଜନ୍ମ ନେଲେ ଅବତାରୀ ପୁରୁଷ

34

ଛତିଶଗଡର ବଲରାମପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଚଲଗତି ଗ୍ରାମରେ ଜଣେ ମହିଳା ଏଭଳି ଏକ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଛନ୍ତି । ଜନ୍ମ ସମୟରେ ଶିଶୁଟିର ପାଞ୍ଚଟି ଦାନ୍ତ ଥିବା ଦେଖାଯାଇଛି । ଏପରିକି ଡାକ୍ତର ମାନେ ମଧ୍ୟ ଏହି ଶିଶୁଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ଏହି ଘଟଣା ପ୍ରଚାରିତ ହେବା ପରେ ନବଜାତକ ଶିଶୁଟିକୁ ଦେଖିବା ପାଇଁ ହସ୍ପିଟାଲ ପରିସରରେ ଭିଡ ଦେଖାଦେଇଛି ।

ଡାକ୍ତର ମାନେ ପରିବାର ଲୋକଙ୍କୁ ଏ ବାବଦରେ ସୂଚନା ଦେବା ପରେ ପରିବାର ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏପରିକି ସ୍ଥାନୀୟ ଲୋକ ଜାଣିବା ପରେ ନବଜାତକ ଶିଶୁଟିକୁ ଅବତାର ପୁରୁଷ ବୋଲି ଘୋଷଣା କରିଛନ୍ତି । ଶନିବାର ରାତିରେ ଶିଶୁଟି ଜନ୍ମ ନେଇଥିଲା । ତେବେ ଶିଶୁଟିର ମୁହଁ ସଫା କରୁଥିବା ବେଳେ ଶିଶୁଟିର ପାଞ୍ଚଟି ଦାନ୍ତ ଥିବା ନର୍ସ ଜଣକ ଦେଖିଥିଲେ । ପରେ ଏହି ଘଟଣା ଡାକ୍ତରଙ୍କୁ ଜଣାଇଥିଲେ ନର୍ସ । ନବଜାତକ ଶିଶୁଟିକୁ ଏବେ ଇଣ୍ଟେସିବ କେୟାର ୟୁନିଟରେ ରଖା ଯାଇଛି । ଡାକ୍ତରଙ୍କ ମୁତାବିକ, ଶିଶୁଟିର ହୃତସ୍ପନ୍ଦନ ସାଧାରଣ ଶିଶୁଙ୍କ ଠାରୁ ଅଧିକ ରହିଛି । କିନ୍ତୁ ମା’ଙ୍କ ଅବସ୍ଥା ସାମାନ୍ୟ ରହିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଶିଶୁଟିକୁ ହସ୍ପିଟାଲରେ ରଖାଯିବ ଓ ଅବସ୍ଥା ସାମାନ୍ୟ ହେବା ପରେ ଛାଡି ଦିଆଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।