ଉତ୍ତର ପ୍ରଦେଶରେ ଜନ୍ମ ନେଲା ପ୍ଲାଷ୍ଟିକ ଶିଶୁ ! ପୂରା ଶରୀରର ଚର୍ମ ଦେଖିବାକୁ ପ୍ଲାଷ୍ଟିକ ଭଳି

43

ଉତ୍ତରପ୍ରଦେଶର ଏକ ନବଜାତ ଶିଶୁ ବିରଳ ରୋଗରେ ପୀଡିତ ହୋଇଛି। ଏହି ରୋଗର କାରଣ ଲେମେଲର ଇଚ୍ଚଥାୟୋସିମ୍ ନାମକ ଜେନେଟିକ୍ ଡିସଅର୍ଡର। ଏହି ରୋଗରେ ପୀଡିତ ହେଲେ ଚର୍ମ ପ୍ଲାଷ୍ଟିକ୍ ଭଳି ହୋଇଯାଇଥାଏ। ଏହି ରୋଗ ଏକ ଜେନେଟିକ୍ ଡିସଅର୍ଡର ବୋଲି କୁହାଯାଉଛି, ଯାହାକି ୬ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ।

ଉତ୍ତରପ୍ରଦେଶର ବଳରାମପୁରରେ ବସବାସ କରୁଥିବା ଅନିତା ଦେବୀ କିଛିଦିନ ତଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମର ଦେବାର କିଛି ସମୟ ପରେ ଜାଣିବାକୁ ପାଇଲେ ଯେଉଁ ଶିଶୁକୁ ଜନ୍ମ ଦେଇଛନ୍ତି ସେ ଏକ ବିରଳ ରୋଗରେ ପୀଡିତ। ଏହି ଶିଶୁଟର ଚର୍ମ ଖୁବ୍ ଶକ୍ତ, ଚିକ୍କଣ ଓ ଚମକଦାର, ଅବିକଳ ପ୍ଲାଷ୍ଟିକ୍ ଭଳି। ବର୍ତ୍ତମାନ ଶିଶୁଟିର ଅବସ୍ଥା ଗମ୍ଭୀର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଶିଶୁଟିର ମାତା ଅନିତା-ପିତା ଓ ଅଲଖରାମ ଯାଦବ ଶିଶୁର ଏଭଳି ଅବସ୍ଥା ଦେଖି ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁଟିର ଅବସ୍ଥା ଶୋଚନୀୟ ହେବାରୁ ତାକୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଇଛି।