ବ୍ୟାଙ୍କରୁ ଟଙ୍କା ଚଳୁ କରି ଫେରାର ହେବା ପଡିବ ମହଙ୍ଗା ! ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍

23

ବ୍ୟାଙ୍କକୁ ଠକି କୋଟି କୋଟି ଟଙ୍କା ଚଳୁ କରି ଫେରାର ହେବା ମହଙ୍ଗା ପଡିବ । ବ୍ୟାଙ୍କକୁ ଚୂନା ଲଗାଇ ଫେରାର ହେଉଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଖୁବ ଶୀଘ୍ର ହେବ କଠୋର ଆଇନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଫୁଜିଟିଭ୍ ଇକୋନମିକ୍ ଅଫେଣ୍ଡର ବିଲ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି । ବିଲ ପାସ ହୋଇ ଆଇନରେ ପରିଣତ ହେଲେ ବ୍ୟାଙ୍କକୁ ସୁରକ୍ଷା ମିଳିବ ଏବଂ କର୍ପୋରେଟ୍ ଋଣ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହଜ ହେବ ।

ବିଲରେ ତଦନ୍ତକାରୀ ଏଜେନ୍ସିକୁ ଅଧିକ କ୍ଷମତା ଦିଆଯିବା ପ୍ରସ୍ତାବ ଅଛି । ଋଣ ଖିଲାପକାରୀଙ୍କ ସଂପତି ଜବତ କରିବା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି । ଏଥିସହ ବ୍ୟାଙ୍କ ଋଣ ପରିଶୋଧ ନକରି ବିଦେଶକୁ ପଳାଉଥିବା ଶିଳ୍ପପତିଙ୍କ ସଂପତି ଜବତ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ବିଦେଶରେ ଥିବା ସେମାନଙ୍କ ସଂପତି ଜବତ କରିବା ପାଇଁ ମଧ୍ୟ ବିଲରେ ରହିଛି ବ୍ୟବସ୍ଥା । ଚଳିତ ମାସରେ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା ।